ଏସଟିଏଫ ହାତରେ ଜଣେ ବାଘ ଛାଲ ଚୋରାଚାଲାଣକାରୀ ଧରାପଡ଼ିଥିବାର ଖବର ମିଳିଛି। ଏହି ଘଟଣାରେ ରତ୍ନାକର ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଏହା ସହ ଗୋଟିଏ ବାଘଛାଲ ଜବତ କରିଛି ଏସଟିଏଫ । ଖୋର୍ଦ୍ଧା ଜିଲ୍ଲା ଗମ୍ଭାରୀମୁଣ୍ଡା ଗାଁ ରାସ୍ତା କଡ଼ରେ ବାଘ ଛାଲର ମୂଲଚାଲ ଚାଲିଥିବା ବେଳେ ଏସଟିଏଫ ହାତରେ ଧରାପଡ଼ିଥିଲେ ଚୋରାଚାଲାଣକାରୀ। ଗତ ଏକ ବର୍ଷ ଭିତରେ ଏସଟିଏଫ ୩୨ଟି ବାଘ ଛାଲ, ୧୨ଟି ହାତୀ ଦାନ୍ତ, ୭ଟି ହରିଣ ଚମଡ଼ା, ୮ଟି ଜୀବନ୍ତ ବଜ୍ରକାପ୍ତା, ୧୫ କିଲୋ ବଜ୍ରକାପ୍ତା କାତି ଜବତ କରିବା ସହ ୫୧ ଜଣଙ୍କୁ ଗିରଫ କରିଛି ଏସଟିଏଫ



Visitors Today : 1
Total Visitors : 130301
Total Views : 9891804
Visitors Online Now : 0