spot_img

ଶିବରାଜଙ୍କ ଉପରେ ଭାରିପଡୁଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ

ଭୋପାଲ: ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ହୋଇଥିଲେ ମଧ୍ୟ ଭାରିପଡୁଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ । ଗତ ଉପନିର୍ବାଚନରେ ସିନ୍ଧିଆଙ୍କ ସମର୍ଥକଙ୍କ ମଧ୍ୟରୁ ୩ ଜଣ ପରାସ୍ତ ହୋଇଥିଲେ। ତେବେ ବିଜେପିକୁ ସମର୍ଥନ ଲାଗି ସେମାନଙ୍କ ମନ୍ତ୍ରୀପଦ କିନ୍ତୁ ଯାଇ ନାହିଁ। ଶିବରାଜଙ୍କ ମନ୍ତ୍ରୀମଣ୍ଡଳରେ ଏହି ମନ୍ତ୍ରୀମାନେ ହେଉଛନ୍ତି ଇମର୍ତ୍ତି ଦେବୀ, ଏନ୍ଦଲ ସିଂ କଂସାନା ଓ ଗିରିରାଜ ଦଣ୍ଡୋତିଆ। ଏମାନଙ୍କୁ ମନ୍ତ୍ରୀପଦ ସମକକ୍ଷ କୌଣସି ନିଗମ ଅଥବା ସଂସ୍ଥାର ଅଧ୍ୟକ୍ଷ ନିଯୁକ୍ତି କରିବା ଶିବରାଜଙ୍କ କାମ। ତେବେ ସେମାନଙ୍କ ଥଇଥାନରେ ବିଳମ୍ବ ହେଉଥିବାରୁ ସେମାନେ ଏବେବି ମନ୍ତ୍ରୀ ଭଳି ସମସ୍ତ କ୍ଷମତା ଉପଯୋଗ କରୁଛନ୍ତି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular