spot_img

ରାଜଧାନୀରେ ସମସ୍ୟା ବଢାଉଛି ବସ୍ତି ସଂକ୍ରମଣ

ଭୁବନେଶ୍ୱର: ରାଜଧାନୀରେ ସମସ୍ୟା ବଢାଉଛି ବିଭିନ୍ନ ବସ୍ତି । ସାଲିଆ ସାହି ବସ୍ତି ଏବେ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । କାରଣ ଏହି ବସ୍ତିରେ ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ସୂଚନା ମୁତାବକ ରାଜଧାନୀରେ ଥିବା ସମସ୍ତ ବସ୍ତିରୁ ୮୦୦ଟି କରୋନା ପଜିଟିଭ ମାମଲା ସାମ୍ନାକୁ ଆସିଛି । ଏହି ୮୦୦ ସଂକ୍ରମଣ ମଧ୍ୟରୁ ସାଲିଆ ସାହିରେ ସଂକ୍ରମଣ ହାର ସବୁଠାରୁ ଅଧିକ ରହିଛି । କରୋନା ଭୂତାଣୁ ୧୦୯ଟି ବସ୍ତିରେ ଆକ୍ରାନ୍ତ କରିଥିବା ବେଳେ କେବଳ ସାଲିଆ ସାହି ବସ୍ତିର ୮ଟି ପକେଟରେ ବ୍ୟାପିଛି । ସାଲିଆ ସାହି ବସ୍ତିରେ ଶ୍ରମିକ ମାନେ ବାହାରୁ ଆସି ସେଠାରେ ରହୁଥିବାରୁ ସଂକ୍ରମଣ ବଢୁଥିବାର ବିଏମସି ପକ୍ଷରୁ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular