ହେମଗିିର: ପାଣିରେ ବୁଡି ଏକ ଛୁଆ ହାତୀର ଜୀବନ ଯାଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲାର ହେମଗିର ବନଖଣ୍ଡ ଅଞ୍ଚଳରେ । ସୂଚନା ମୁତାବକ, ଆଜି ସକାଳେ ହେମଗିର ବନଖଣ୍ଡର ବାଘୋରା ସେକ୍ସନ ଖଜୁରବାହାଲ ଗାଁର ଚାଷ ଜମି ନିକଟରେ ଥିବା ପୋଖରୀରେ ବୁଡିଯିବାରୁ ଏକ ଛୁଆ ହାତୀର ମୃତ୍ୟୁ ଘଟିଛି । ଛୁଆ ହାତୀର ବୟସ ମାତ୍ର ଏକ ମାସ ହେବ । ଗାଁ ପାଖ ସଂଲଗ୍ନ ଜଙ୍ଗଲରୁ ୬ରୁ ୭ଜଣିଆ ହାତୀପଲ ଗତ ରାତିରେ ଚାଷଜମିରେ ପଶିଥିଲେ । ଛୁଆହାତୀଟି ଗାଡିଆରେ ପଡିଯାଇ କାଦୁଅରେ ଫସିଯାଇଥିଲା । ସେହି ଛୁଆ ହାତୀର ମା ଓ ଅନ୍ୟ ହାତୀମାନେ ତାକୁ ବାହର କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ସୋମନେ ବିଫଳ ହୋଇଥିଲେ । ସେହି ସମୟରେ ହାତୀଟିର ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ଖବର ପାଇ ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଛୁଆହାତୀର ମୃତ ହେଦକୁ କାଦୁଅରୁ ଉଦ୍ଧାର କରି ଶବ ବ୍ୟବଛଦ ପାଇଁ ପଠାଇଥିଲେ ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0