ରାମଚନ୍ଦ୍ରପୁର : ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ। ରାମଚନ୍ଦ୍ରପୁର ଥାନା ବାଲିବରୁଆଁ ଗାଁରେ ଏଭଳି ଦୁଃଖଦ ଘଟଣା ଘଟିଛି। ମୃତ ମହିଳା ହେଲେ ଚନ୍ଦ୍ରଶେଖର ପାଢ଼ୀଙ୍କ ସ୍ତ୍ରୀ ସୁମତୀ ପାଢ଼ୀ। ରାତିରେ ଶୋଇଥିବା ଅବସ୍ଥାରେ ତାଙ୍କୁ ସାପ କାମୁଡିଥିଲା। ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ପ୍ରଥମେ ସାଇଁକୂଳ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଗୁରୁତର ହେବାରୁ ପୁଣି ତାଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ପହଁଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ସ୍ଥାନୀୟ ଅଞ୍ଚଳରେ ବନ୍ୟା ପାଣିରେ ବିଷାକ୍ତ ସାପ ଗାଁ ଭିତରକୁ ପଶି ଆସିଛନ୍ତି। ବର୍ତ୍ତମାନ ସାପ ଭୟରେ ସ୍ଥାନୀୟ ଲୋକେ ଭୟଭୀତରେ ଅଛନ୍ତି।



Visitors Today : 0
Total Visitors : 130303
Total Views : 9891806
Visitors Online Now : 0