ଭୁବନେଶ୍ୱର: ରାଜଧାନୀରୁ କୋଟିଏରୁ ଅଧିକ ଟଙ୍କାର ସାପ ବିଷ ଜବତ କଲା ବନବିଭାଗ । ସାପ ବିକ୍ରି କରିବାକୁ ଏହି ରାକେଟ ଯୋଗାଯୋଗ କରୁଥିଲେ । ସେମାନଙ୍କ ସହିତ ଗ୍ରାହକ ଭାବରେ ଯୋଗାଯୋଗ କରିଥିଲେ । ପ୍ରଥମେ ଜୟଦେବ ବିହାର ଅଂଚଳରେ ଏହି ସାପ ବିଷ ବିକ୍ରି କରିବାକୁ ଡିଲ ହେଲା । ତାହା ପରେ ଏହି ରାକେଟ ମାଷ୍ଟରକ୍ୟାଂଟିନ ଅଂଚଳକୁ ଡାକିଥିଲେ । ଏହି ରାକେଟରେ ଥିଲେ ୭ରୁ ୮ ଜଣ । ବିଭିନ୍ନ ପର୍ୟ୍ୟାୟରେ ଦୁଇ ଦୁଇ ଜଣ କରି ୭ରୁ ୮ ଜଣ ପହଁଚିଥିଲେ । ଏହା ପରେ ସେମାନଙ୍କ ମଧ୍ୟରୁ ଦୁଇ ଜଣ ମାର୍କେଟ ବିଲ୍ଡିଂ ନେଇଥିଲେ । ସେଠାକୁ ପହଁଚିଥିଲେ ଦୁଇ ଜଣ । ସେମାନଙ୍କ ମଧ୍ୟରୁ ଜଣେ ଏକ ବ୍ୟାଗ ଧରି ଆସିଥିଲେ । ତାଙ୍କ ପାଖରେ ଥିବା ସାମଗ୍ରୀ ସାପ ବିଷ କି ନାହିଁ ତାହା ପରୀକ୍ଷା କରିବାକୁ ଏକ ପାଥୋଲାବକୁ ନେଇଥିଲେ । ୟୁନିଟ୍ ୬ ଅଂଚଳର ପାଥୋଲାବରେ ପହଁଚିବା ପରେ ସେଠାରେ ଏହି ସାପ ବିଷ ରାକେଟକୁ କାବୁ କରିଥିଲା ବନବିଭାଗ । ଏମାନେ ଓଡିଶା ବାଦ ଅନ୍ୟ ରାଜ୍ୟରେ ମଧ୍ୟ ବଡ ପରିମାଣର ଟଙ୍କା ନେଇ ଏହି ସାପ ବିଷ ବିକ୍ରି କରୁଥିବା ସୂଚନା ମିଳିଛି । କୋଟିଏ ୩୦ ଲକ୍ଷ ଟଙ୍କାରେ ଏହି ସାପ ବିଷ କିଣିବାକୁ ଡିଲ୍ ହୋଇଥିଲ।। ବନବିଭାଗ ଚଢାଉରେ ୭ରୁ ୮ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ।



Visitors Today : 5
Total Visitors : 130180
Total Views : 9891628
Visitors Online Now : 0