ନୂଆଦିଲ୍ଲୀ: ଶୁକ୍ରବାର ଦିନ କଂଗ୍ରେସରେ ଘଟିଛି ଏକ ବଡ଼ ଧରଣର ଅଦଳବଦଳ । କଂଗ୍ରେସର ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଦଳରେ ସାଂଗଠନିକ ପରିବର୍ତ୍ତନ କରିଛନ୍ତି । ନିକଟରେ ୱାର୍କିଂ କମିଟି ଦଳର ମଧ୍ୟବର୍ତ୍ତୀକାଳୀନ ମୁଖ୍ୟ ସୋନିଆ ଗାନ୍ଧୀଙ୍କ ବିରୋଧରେ ବିଦ୍ରୋହ କରିଥିବା ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦଙ୍କୁ ସାଧାରଣ ସମ୍ପାଦକ ପଦବୀରୁ ବରଖାସ୍ତ କରାଯାଇଛି । ତାହାସହିତ ସୋନିଆ ଗାନ୍ଧୀ ପୁଣିଥରେ ଗୁଲାମୀ ନବୀ ଆଜାଦ, ମୋତିଲାଲ ବୋରା, ଅମ୍ବିକା ସୋନି, ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଏଆଇସିସି ପଦବୀରୁ ହଟାଇ ଦେଇଛନ୍ତି । ଏହାସହିତ ସିଡ଼ବ୍ଲୁସିର ପୁର୍ନଃଗଠନ କରିଛନ୍ତି ସୋନିଆ ଗାନ୍ଧୀ । ଦଳର ସାଂଗଠନିକ ପ୍ରସଙ୍ଗରେ ସୋନିଆ ଗାନ୍ଧୀଙ୍କୁ ସହାୟତା କରିବା ପାଇଁ ଏକ ୬ ଜଣିଆ ସ୍ୱତନ୍ତ୍ର ଟିମ ମଧ୍ୟ ଗଠନ କରାଯାଇଛି । ପି ଚିତାମ୍ବରମ, ରଣଦୀପ ସୁରଜେୱଲା, ତାରିକ ଅନୱାର ଓ ଜିତେନ୍ଦ୍ର ସିଂହଙ୍କୁ ନିୟମିତ ଭାବେ ସିଡ଼ବ୍ଲୁସିରେ ନିଯୁକ୍ତି ଦିଆଯାଇଛି । ତାହା ସହିତ ଏଆଇସିସିର କେନ୍ଦ୍ରୀୟ ନିର୍ବାଚନ ଆୟୋଗର ପୁର୍ନଃଗଠନ ମଧ୍ୟ କରାଯାଇଛି । ମିଳିଥିବା ସୂଚନା ମୁତାବକ, ସୁରଜେୱାଲାଙ୍କୁ କଂଗ୍ରେସର ସାଧାରଣ ସମ୍ପାଦକ ଦାୟିତ୍ୱ ସହିତ କର୍ଣ୍ଣାଟକର ସାଂଗଠନିକ ଦାୟିତ୍ୱ ମଧ୍ୟ ଦିଆଯାଇଛି । ପ୍ରିୟଙ୍କା ଗାନ୍ଧୀଙ୍କୁ ଉତ୍ତରପ୍ରଦେଶ ଦାୟିତ୍ୱ ଦିଆଯାଇଛି ।



Visitors Today : 2
Total Visitors : 130171
Total Views : 9891617
Visitors Online Now : 0