spot_img

ପୂଜା ମଣ୍ଡପରେ ଶ୍ରମିକ ଦେବଦୂତଙ୍କ ପ୍ରତିମୂର୍ତ୍ତି

ମୁମ୍ବାଇ : ଚଳଚିତ୍ରରେ ଖଳନାୟକ ବାସ୍ତବ ଜୀବନର ନାୟକ ସାଜିଥିବା ସୋନୁ ସୁଦଙ୍କୁ ମିଳିଛି ନିଆରା ସମ୍ମାନ । ଲକଡ଼ାଉନରେ ଦେବଦୂତ ସାଜିଥିବା ଏହି ହିରୋଙ୍କୁ ସମ୍ମାନ ଜଣାଇ କୋଲକାତାର ଏକ ଦୁର୍ଗାପୂଜା ମଣ୍ଡପରେ ସୋନୁଙ୍କ ପ୍ରତିମୂର୍ତ୍ତି ଗଢ଼ାଯାଇଛି ।

ମଣ୍ଡପର ଥୀମ ଅନୁଯାୟୀ ସୋନୁ କରୋନା ସମୟରେ ପ୍ରବାସୀ ମାନଙ୍କୁ ମନଖୋଲି ସହାୟତା କରୁଥିବାର ନଜର ଆସିଛନ୍ତି ।
ସୂଚନାୟନୁଯାୟୀ ସୋନୁ ଲକନାଉନ ସମୟରେ ସ୍ୱତନ୍ତ୍ର ବସ ବ୍ୟବସ୍ଥା କରି ପ୍ରବାସୀ ଶ୍ରମିକଙ୍କୁ ନିଜ ରାଜ୍ୟକୁ ଫେରାଇଆଣିବାରେ ସାହାର୍ଯ୍ୟ କରିଥିଲେ ।

ସେହିପରି ବିଦେଶରେ ଫସିଥିବା ଛାତ୍ରଛାତ୍ରୀଙ୍କୁ ବିମାନ ଯୋଗେ ଭାରତ ଫେରାଇ ଆଣିଥିଲେ । ସାଧାରଣ ଲୋକଙ୍କୁ ସହାୟତା କରିବାକୁ ସର୍ବଦା ପ୍ରସ୍ତୁତ ରହିଥିବା ସୋନୁ ଆଜି ଅନେକଙ୍କ ପାଇଁ ଭଗବାନ ଭଳି ରହିଛନ୍ତି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular