ଭୁବନେଶ୍ୱର: ଅସହାୟଙ୍କୁ ପୁଣି ସହଯୋଗର ହାତ ବଢାଇଲେ ବଲିଉଡ୍ ଅଭିନେତା ସୋନୁ ସୁଦ । ତାଙ୍କର ଏଭଳି କାମ ପାଇଁ ସେ ବାରମ୍ବାର ଚର୍ଚାର ବିଷୟ ପାଲଟିଛନ୍ତି । ଏଥର ସେ ଜଣେ ଓଡିଆ ଝିଅର କ୍ୟାନ୍ସର ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି । ଅନୁରୋଧ କରିବା ସହ ଝିଅଟିର ଚିକିତ୍ସା ପ୍ରତି ଧ୍ୟାନ ଦେବା ପାଇଁ ମଧ୍ୟ କହିଛନ୍ତି ।
କ୍ୟାନ୍ସର ପୀଡିତା ଜଣକ ହେଉଛନ୍ତି ବରଗଡ ଜିଲ୍ଲା ଆଟାବିରା ଅଞ୍ଚଳର ୨୨ ବର୍ଷିୟ ରତ୍ନବତୀ ପ୍ରଧାନ । ସେ ଦୀର୍ଘଦିନ ହେବ ଫୁସଫୁସ୍ କ୍ୟାନ୍ସରରେ ପୀଡିତ ଅଛନ୍ତି । ତେବେ ତାଙ୍କୁ ସରକାରଙ୍କ ତରଫରୁ ଏପର୍ଯ୍ୟନ୍ତ କୌଣସି ସହାୟତା ମିଳିନଥିବା କୁହଯାଉଛି । ତେବେ ଏ ବିଷୟରେ ସୁକାନ୍ତ କୁମାର ମେହେର ନାମକ ଜଣେ ବ୍ୟକ୍ତି ଟୁଇଟ କରି ସୋନୁୁଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହି ଟୁଇଟ ପରେ ସୋନୁ ସୁଦ ଝିଅଟିର ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି ।
ଲକଡାଉନରେ ପ୍ରବାସୀ ଶ୍ରମିକଙ୍କୁ କରିଥିଲେ ସାହାଯ୍ୟ
ଏହା ପୂର୍ବରୁ ଲକଡାଉନରେ ପ୍ରବାସୀଙ୍କ ପାଇଁ ସୋନୁ ସାଜିଥିଲେ ଦେବଦୂତ । ଅନେକ ପ୍ରବାସୀଙ୍କୁ ସହଯୋଗର ହାତ ବଢାଇଥିଲେ ସୋନୁ । ବସ୍ ଯୋଗେ ଶ୍ରମିକଙ୍କୁ ଘରକୁ ପଠାଇବା ସହ ସେମାନଙ୍କ ପାଇଁ ଖାଦ୍ୟର ବ୍ୟବସ୍ଥା ମଧ୍ୟ କରିଥିଲେ ।
କେବଳ ଓଡିଶା ନୁହେଁ ଅନେକ ସ୍ଥାନରେ ଫସି ରହିଥିବା ପ୍ରବାସୀ ଶ୍ରମିକମାନଙ୍କୁ ସୋନୁ ସାହାଯ୍ୟ କରିଥିଲେ । ଏଥିପାଇଁ ତାଙ୍କୁ ଅନେକ ଲୋକ ଦେବତା ଭାବେ ପୂଜା ମଧ୍ୟ କରିଥିଲେ । ସୋନୁଙ୍କ ଏଭଳି କାମ ପାଇଁ ତାଙ୍କୁ ଚାରିଆଡୁ ପ୍ରସଂଶା ମଧ୍ୟ ମିଳିଥିଲା ।



Visitors Today : 0
Total Visitors : 130175
Total Views : 9891622
Visitors Online Now : 0