spot_img

ଅଯୋଧ୍ୟା ଭୂମିପୂଜା ପାଇଁ ପୁରୀ ଜଗନ୍ନାଥ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା

ପୁରୀ: ଦୀର୍ଘ ବର୍ଷରୁ ଅପେକ୍ଷା କରି ରହିଥିବା ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ଲାଗି ଆଜି ହେଉଛି ଭୂମିପୂଜା । ପ୍ରଭୁ ଶ୍ରୀ ରାମ ମନ୍ଦିର ନିର୍ମାଣ କାମ ଶୃଙ୍ଖଳାର ସହ ସମ୍ପନ୍ନ ହେବା ପାଇଁ ପୁରୀ ଜଗନ୍ନାଥ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଛି । ଶ୍ରୀମନ୍ଦିର ଛତିଶା ନିଯୋଗ ନାୟକ ପଟ୍ଟଯୋଶୀ ଜନାର୍ଦ୍ଦନ ମହାପାତ୍ର ଶ୍ରୀଜଗନ୍ନାଥଙ୍କ ନିକଟରେ ରାମ ମନ୍ଦିର ଲାଗି ପ୍ରାର୍ଥନା କରିଥିବା ନେଇ ସୂଚନା ଦେଇଛନ୍ତି । ଯେଉଁ କୋଟି କୋଟି ଭକ୍ତଙ୍କ ଭକ୍ତି ଭାବ ଯୋଗୁ ଆାଜି ରାମ ମନ୍ଦିର ନିର୍ମାର ହେବାକୁ ଯାଉଛି ସେମାନଙ୍କ କଲ୍ୟାଣ କାମନା କରି ମହାପ୍ରଭୁଙ୍କୁ ପ୍ରାର୍ଥନା କରିଛନ୍ତି ଜଗନ୍ନାଥ ମନ୍ଦିରର ମୁଖ୍ୟ ପୂଜକ । ରାମ ମନ୍ଦିର ପାଇଁ ଆଜ୍ଞାମାଳ ପ୍ରଦାନ କରି ଜଗନ୍ନାଥ ମହା ପ୍ରଭୁ ତାଙ୍କର ଆଶୀର୍ବାଦ କରିସାରିଛନ୍ତି । ସୂଚନା ମୁତାବକ , ରାମ ମନ୍ଦିର ଭୂମି ପୂଜା ପାଇଁ ଅଯୋଧ୍ୟା ସହର ଝଲସି ଉଠିଛି । ସାରା ସହର ଆଲୋକରେ ପରିପୂର୍ଣ୍ଣ । ସରଜୁ ଘାଟରେ ୧ଲକ୍ଷରୁ ଅଧିକ ପ୍ରଦୀପ ପ୍ରଜ୍ଜଳନ କରାଯାଇଛି । ପୂଜା ପାଇଁ ତାମିଲନାଡୁରୁ ରୁପା ମୁଦ୍ରା ଆସିଛି । ୧ଲକ୍ଷରୁ ଅଧିକ ଲଡୁ ପ୍ରସ୍ତୁତ ହୋଇଛି । ଭୂମି ପୂଜା ପାଇଁ ଐତିହାସିକ ମହତ୍ୱ ଥିବା ୨, ୫୭୮ ଟି ସ୍ଥାନରୁ ମାଟି ସଂଗ୍ରହ ହୋଇଛି । ଏହି କାର୍ଯ୍ୟକ୍ରମ ଅବସରରେ ଆମେରିକାରେ ମନ୍ଦିର ଗୁଡିକରେ ସ୍ୱତନ୍ତ୍ର ପୂଜାପାଠ ଏବଂ ପ୍ରାର୍ଥନା କାର୍ଯ୍ୟକ୍ରମ ହେବ । ୧୦ ଏକର ଜମିରେ ରାମ ମନ୍ଦିର ନିର୍ମାଣ ହେବ । ବାକି ୫୭ ଏକର ଜମିକୁ ମନ୍ଦିର ପରସର ଅଞ୍ଚଳ ଭାବେ ସୁନ୍ଦର ଢଙ୍ଗରେ ଗଢାଯିବ । ୩ ମହଲା ମିଶିଷ୍ଟ ରାମ ମନ୍ଦିରରେ ୫ଟି ଗମ୍ବୁଜ ଆକାରରେ ମଣ୍ଡପ ଏବଂ ଏକ ଶିଖର ମଧ୍ୟ ରହିବ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular