ପରିବର୍ତ୍ତନ ଜୀବନଶୈଳୀରେ ମୁଣ୍ଡ ବିନ୍ଧା ଏବଂ ମାଇଗ୍ରେନ ସମସ୍ୟା ସାଧାରଣ ହୋଇଗଲାଣି । ଅତ୍ୟଧିକ ଚିନ୍ତା, ପର୍ଯ୍ୟାପ୍ତ ମାତ୍ରାରେ ନଶୋଇବା, ଗହଳି ସ୍ଥାନରେ ରହିବା, ଫୋନରେ ଅଧିକ ସମୟ କଥା ହେବା, ଆବଶ୍ୟକତା ଠାରୁ ଅଧିକ ଭାବିବା, ଦୁର୍ବଳ ଲାଗିବା, ମୁଣ୍ଡରେ ରକ୍ତ ପ୍ରବାହ କମ ହେବା ଏଭଳି ଅନେକ କାରଣରୁ ମୁଣ୍ଡବିନ୍ଧା ସମସ୍ୟା ଦେଖାଯାଇଥାଏ । ଏଥିସହ ଅଧିକାଂଶ ଲୋକମାନେ ସପ୍ତାହରେ ଥରେ କିମ୍ବା ଦୁଇ ଥର ମାଇଗ୍ରେନ ସମସ୍ୟାର ସିକାର ହୋଇଥାନ୍ତି । ତେବେ ଆସନ୍ତୁ ଜାଣିବା ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ କିଛି ଟିପ୍ସ ।
ପ୍ରତିଦିନ ଦୁଇ ଥର ୧୦ ରୁ ୧୨ ମିନିଟ୍ ଯୋଗ କିମ୍ବା ଧ୍ୟାନ କରିବା ଦ୍ୱାରା ଶରୀର ଏବଂ ମନକୁ ଆରାମ ମିଳିଥାଏ । ଏଥିସହ ମୁଣ୍ଡରେ ରକ୍ତ ପ୍ରବାହ ସଠିକ୍ ରୂପେ ହୋଇଥାଏ । ଏହାଦ୍ୱାରା ମୁଣ୍ଡବିନ୍ଧା ସମସ୍ୟା କମ ହୋଇଥାଏ । ସେହିଭଳି ହସ୍ତାପଦାସନ, ସର୍ବାଗାସନ ଏବଂ ହଳାସନ ରକ୍ତସଂଚାର ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ ।
ଶରୀରରେ ଅକ୍ସିଜେନର ଅଭାବ ମଧ୍ୟ ମୁଣ୍ଡବିନ୍ଧାର କାରଣ ହୋଇଥାଏ । ଏଭଳି ପରିସ୍ଥିତିରେ ଗଭୀର ନିଶ୍ୱାସ ନେବା ଦ୍ୱାରା ମୁକ୍ତି ମିଳିଥାଏ । ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣ କପାଳଭାତି ପ୍ରାଣାୟମ ମଧ୍ୟ କରିପାରିବେ ।
ଶରୀରରେ ପାଣିର ଅଭାବରୁ ମଧ୍ୟ ମୁଣ୍ଡବିନ୍ଧା ସମସ୍ୟା ଦେଖାଯାଇଥାଏ । ଏହିକାରଣରୁ ଅଳ୍ପ ସମୟ ବ୍ୟବଧାନରେ ପର୍ଯ୍ୟାପ୍ତ ମାତ୍ରାରେ ପାଣି ପିଅନ୍ତୁ । ଅନେକ ଥର ମସଲ୍ସ ଟାଣି ହେବା ଦ୍ୱାରା ମଧ୍ୟ ମୁଣ୍ଡବିନ୍ଧା ହୋଇଥାଏ । ଗୋଟିଏ ସ୍ଥାନରେ ଅଧିକ ସମୟ ପର୍ଯ୍ୟନ୍ତ ବ୬ସି ରହିବା ଦ୍ୱାରା ମସଲ୍ସରେ ଯନ୍ତ୍ରଣା ଅନୁଭବ ହୋଇଥାଏ । ଏହିକାରଣରୁ ଅଳ୍ପ ସମୟ ବ୍ୟବଧାନରେ ଷ୍ଟ୍ରେଚିଂଗ କରନ୍ତୁ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0