ଭୁବନେଶ୍ବର: ପାର୍ବଣକୁ ଦୃଷ୍ଟିରେ ରଖି ରେଳ ମନ୍ତ୍ରଣାଳୟ ପକ୍ଷରୁ ସାରା ଦେଶରେ ୨୬ଟି ସ୍ବତନ୍ତ୍ର ଟ୍ରେନ ଚଳାଇବାକୁ ନିଷ୍ପତ୍ତି ନିଆଯାଇଛି। ସେଥିମଧ୍ୟରୁ ପୂର୍ବତଟ ରେଳପଥର ବିଭିନ୍ନ ଷ୍ଟେସନରୁ କେତେକ ଟ୍ରେନ ଛାଡ଼ିବାକୁ ଥିବା ବେଳେ ଆଉ କିଛି ଟ୍ରେନ ପୂର୍ବତଟ ରେଳପଥ ମଧ୍ୟ ଦେଇ ଯିବ। ପୁରୀ ଓ ଭୁବନେଶ୍ବରରୁ ୮ଟି ଟ୍ରେନ ଚଳାଚଳ କରିବାକୁ ଥିବା ବେଳେ ବିଶାଖାପାଟଣାରୁ ୭ଟି ଓ ସମ୍ବଲପୁରରୁ ୩ଟି ଟ୍ରେନ ଚଳାଚଳ କରିବ। ଏହାବ୍ୟତୀତ ୮ଟି ଟ୍ରେନ୍ ପୂର୍ବତଟ ରେଳପଥ ମଧ୍ୟ ଦେଇ ଚଳାଚଳ କରିବ ବୋଲି ସୂଚନା ମିଳିଛି।



Visitors Today : 1
Total Visitors : 130304
Total Views : 9891807
Visitors Online Now : 0