ପୁରୀ: ଆସନ୍ତା ୧୨ ତାରିଖରେ ବସିବ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ । ବୈଠକରେ ଶ୍ରୀମନ୍ଦିର ରେ ମହାପ୍ରଭୁଙ୍କ ଆଗାମୀ ପହିଲି ଭୋଗ ଏବଂ ନୀତି ନିର୍ଘଣ୍ଟ ଉପରେ ଆଲୋଚନା କରାଯିବ । ଆସନ୍ତା ୧୫ ତାରିଖରୁ ଜାନୁଆରୀ ୧୩ ତାରିଖ ପର୍ୟ୍ୟନ୍ତ ମହାପ୍ରଭୁଙ୍କ ପହିଲି ଭୋଗ ନୀତି କିଭଳି ଶୃଙ୍ଖଳିତ ଭାବେ ସମାପନ ହେବ ସେନେଇ କରାଯିବ ବୈଠକରେ କରାଯିବ ଆଲୋଚନା । ଏଥିସହ ଆସନ୍ତାବର୍ଷ ଜାନୁଆରୀ ୧୪ ତାରିଖରେ ମକର ସଂକ୍ରାନ୍ତି ଓ ୨୮ତାରିଖରେ ଦେଵା ଭିଷେକ ନୀତି ନେଇ ମଧ୍ୟ ନୀତି ନିର୍ଘଣ୍ଟ କରାଯିବ । ତେବେ ସବୁଠୁ ବଡ଼କଥା ହେଲା କରୋନା କଟକଣା ନେଇ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନରୁ ଦୀର୍ଘ ୯ମାସ ହେବ ଭକ୍ତ ବଞ୍ଚିତ ଅଛନ୍ତି । ଖୁବଶୀଘ୍ର କିଭଳି ଭକ୍ତ ମହାପ୍ରଭୁଙ୍କ ଦର୍ଶନ ପାଇବେ ସେନେଇ ଛତିଶା ନିଯୋଗ ବୈଠକରେ ଆଲୋଚନା ହେବାକୁ ଥିବା ବେଳେ ଶୀଘ୍ର ଶ୍ରୀମନ୍ଦିର ଖୋଲିବାକୁ ମଧ୍ୟ ବୈଠକରେ ହୋଇପାରେ ନିଷ୍ପତି । ପ୍ରାଥମିକ ସ୍ତରରେ ପ୍ରତିଦିନ ପ୍ରାୟ ୪ ହଜାର ଭକ୍ତଙ୍କ ଦର୍ଶନ ପାଇଁ କୋଭିଡ଼ ନିୟମ ଅନୁପାଳନ କରି ବ୍ୟବସ୍ଥା କରାଯିବାକୁ ଲକ୍ଷ ରଖାଯାଇଛି। ସ୍ଥିତି କୁ ନଜରରେ ରଖି ଧୀରେ ଧୀରେ ଦର୍ଶନ ପାଇଁ ଭକ୍ତଙ୍କ ସଂଖ୍ୟା ବୃଦ୍ଧି କରାଯିବ।



Visitors Today : 0
Total Visitors : 130169
Total Views : 9891615
Visitors Online Now : 0