ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମନ୍ଦିରକୁ ପ୍ରବେଶ ପାଇଁ କରୋନା ନେଗେଟିଭ ରିପୋର୍ଟ ଜରୁରୀ ନୁହେଁ । ଏନେଇ ଭୁବନେଶ୍ୱର ମହାନଗର ନିଗମ କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ପ୍ରବେଶ ପଥରେ ସମସ୍ତଙ୍କର ସ୍କ୍ରିନିଂ କରାଯିବ । ଯଦି କାହାର କୋଭିଡ୍ ଲକ୍ଷଣ ଦେଖାଦେବ ତେବେ ତାଙ୍କର ଟେଷ୍ଟ କରାଯିବ । ଏଥିସହିତ ସବୁ ବୟସର ଭକ୍ତ ମନ୍ଦିରକୁ ଯାଇପାରିବେ ବୋଲି କମିଶନର କହିଛନ୍ତି । ପୂର୍ବରୁ ନେଗେଟିଭ ରିର୍ପୋଟ ଥିଲେ ପ୍ରବେଶ ଅନୁମତି ଥିଲା । ସେହିଭଳି ୧୦ ବର୍ଷରୁ କମ୍ ଓ ୬୫ ବର୍ଷରୁ ଅଧିକ ବୟସର ଶ୍ରଦ୍ଧାଳୁଙ୍କ ମନ୍ଦିର ପ୍ରବେଶ ଉପରେ କଟକଣା ଲାଗାଯାଇଥିଲା । କୋଭିଡ ସ୍ଥିତିରେ ପରିବର୍ତ୍ତନ ଆସିବାରୁ ଦୀର୍ଘ ୯ ମାସ ପରେ କଟକଣା ସହ ଡିସେମ୍ବର ୨୭ରେ ଶ୍ରୀଲିଙ୍ଗରାଜ ମନ୍ଦିର ଖୋଲିଥିଲା । ପ୍ରଥମ ପର୍ଯ୍ୟାରେ ସେବାୟତଙ୍କ ପରିବାରଙ୍କୁ ଦର୍ଶନ ପାଇଁ ଅନୁମତି ମିଳିଥିଲା ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0