ଭାରତରେ ପ୍ରାରମ୍ଭିକ ସ୍ତରରେ ଓମିକ୍ରନ ୟୁକେ ଓ ୟୁଏସଏରେ ଏହି ଭ୍ୟାରିଆଣ୍ଟ ଯୋଗୁ ସଂକ୍ରମିତଙ୍କ ସଂଖ୍ୟା ବଢିଛି, କିନ୍ତୁ ଏପିଡେମୋଲୋଜି ଏମିତି ଏକ ଜିନିଷ ସେଠି ଯାହା ହେଇଛି ଏଠି ସେୟା ହେବ ବୋଲି କିଛି ମାନେ ନାହିଁ। ଏହା କହିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଓଡ଼ିଶା ମୁଖ୍ୟ ଡାକ୍ତର ନିହାର ରାୟ।ସତର୍କତା ନିହାତି ଆବଶ୍ୟକ। ଡେ଼ଲ୍ଟା ଠାରୁ ଏହା ଅଧିକ ତୀବ୍ର ସଂକ୍ରାମକ। ତିନି ଦିନରେ କେସ ଦୁଇ ଗୁଣ ହେବ। ପ୍ରାଥମିକ ସର୍ଭେ କହୁଛି ଏହା ସେତେ କ୍ଷତିକାରକ ନୁହେଁ, କିନ୍ତୁ ତାହା ମଧ୍ୟ ସଠିକ କରି କହି ହେବ ନାହିଁ। ଅଧିକ ଲୋକ ଏକାଠି ହେବା ସବୁଠାରୁ ବିପଜ୍ଜନକ। ଲୋକ ସତର୍କ ହେବା ଓ କୋଭିଡ ନିୟମ ମାନିବା ଦରକାର। ଓଡ଼ିଶା ପାଇଁ ସେମିତି କିଛି ଟ୍ରେଣ୍ଡ ଦେଖାଉନି। ହୁଏତ ଲୋକ ସତର୍କ ରହିଲେ ସଂକ୍ରମଣ ଆଗକୁ ବଢି ନ ପାରେ।ଏଣେ ଆଜି ରାଜ୍ୟରେ ପୁଣି ୨ ଓମିକ୍ରନ୍ ଚିହ୍ନଟ ହୋଇଛନ୍ତି। ସେଦୁହେଁ ନାଇଜେରିଆ ଫେରନ୍ତା। ଏଦୁହେଁ ନାବାଳିକା। ଏମାନଙ୍କ ଭିତରୁ ଜଣଙ୍କର ବୟସ ୧୫ ବର୍ଷ ଓ ଆରଜଣଙ୍କର ୧୧ ବର୍ଷ। ଉଭୟେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବାର ସୂଚନା ଦେଇଛନ୍ତି ଆଇଏଲଏସ୍ ନିର୍ଦେଶକ ଅଜୟ ପରିଡ଼ା। ଏବେ ରାଜ୍ୟରେ ମୋଟ୍ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ୪ରେ ପହଞ୍ଚିଛି।
ଆଗରୁ ଓଡ଼ିଶାରେ ଦୁଇଜଣ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏନେଇ ଆଇଏଲଏସ୍ ଏମାନଙ୍କ ଭିତରୁ ଜଣେ ନାଇଜେରିଆ ଓ ଆଉଜଣେ କାତାରରୁ ଓଡ଼ିଶାକୁ ଫେରିଥିବା କୁହାଯାଇଥିଲା। ଜିନମ୍ ସିକ୍ବେନ୍ସିଂ ପରେ ଚିହ୍ନଟ ହୋଇଥିଲେ। ସେ ଦୁଇ ଜଣଙ୍କ ସ୍ଵାସ୍ଥ୍ୟବସ୍ଥା ସ୍ଥିର ଅଛି। କେହି ଗୁରୁତର ନାହାନ୍ତି। ଏମାନଙ୍କ ଭିତରୁ ଜଣେ କଟକର ଓ ଆଉଜଣେ ଖୋର୍ଦ୍ଧାର। ଦୁଇ ଜଣ ପୁରୁଷ। ଉଭୟଙ୍କର ବୟସ ଯଥାକ୍ରମେ ୪୩ ଓ ୪୧। ଏହା କହିଥିଲେ ଆଇଏଲଏସ୍ ନିର୍ଦେଶକ ଅଜୟ ପରିଡ଼ା।



Visitors Today : 1
Total Visitors : 129939
Total Views : 9891293
Visitors Online Now : 0