ଭୁବନେଶ୍ୱର ଷ୍ଟେସନକୁ ଦେଶର ଷଷ୍ଠ ‘ଇଟ୍ ରାଇଟ୍ ଷ୍ଟେସନ୍’ ଭାବେ ମାନ୍ୟତା ଦେଇଛି ଭାରତୀୟ ଖାଦ୍ୟ ନିରାପତ୍ତା ଓ ମାନକ ପ୍ରାଧିକରଣ। ଭୁବନେଶ୍ୱର ଷ୍ଟେସନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଜ୍ୟ ଖାଦ୍ୟ ନିରାପତ୍ତା କମିସନର ଯାମିନୀ ଷଡ଼ଙ୍ଗୀଙ୍କଠାରୁ ଇଟ ରାଇଟ ଷ୍ଟେସନ ସାର୍ଟିଫିକେଟ ଗ୍ରହଣ କରିଛନ୍ତି ଖୋର୍ଦ୍ଧା ରୋଡ ରେଳବାଇ ଡିଆରଏମ୍ ରିଙ୍କେଶ ରାୟ। ଖାଦ୍ୟ ନିରାପତ୍ତା କ୍ଷେତ୍ରରେ ଷ୍ଟେସନକୁ ମିଳିଛି ଫୋର ଷ୍ଟାର ରେଟିଂ। ସ୍ୱଚ୍ଛତା, ନିରାପଦ ଖାଦ୍ୟ ଭଳି ମାନଦଣ୍ଡରେ ଉତ୍କୃଷ୍ଟ ପ୍ରଦର୍ଶନ ଲାଗି ଏହି ମାନ୍ୟତା ପାଇଛି ଭୁବନେଶ୍ୱର ଷ୍ଟେସନ। ରାଜ୍ୟ ସରକାର ଓ ଭାରତୀୟ ରେଳପଥର ମିଳିତ ପ୍ରୟାସରେ ଏହା ସମ୍ଭବ ହୋଇପାରିଛି ବୋଲି କହିଛନ୍ତି ଖାଦ୍ୟ ନିରାପତ୍ତା କମିସନର। କିଛି ମାସ ମଧ୍ୟରେ ପୁରୀ ଷ୍ଟେସନକୁ ମଧ୍ୟ ‘ଇଟ୍ ରାଇଟ୍ ଷ୍ଟେସନ୍’ରେ ପରିଣତ କରିବାକୁ କାର୍ଯ୍ୟ କରାଯାଉଛି ବୋଲି କହିଛନ୍ତି ଖୋର୍ଦ୍ଧା ରୋଡ ରେଳବାଇ ଡିଆରଏମ୍ ।ଏଣେ ଖୋର୍ଦ୍ଧା ରୋଡ ରେଳବାଇ ଡିଆରଏମ୍ କହିଛନ୍ତି, ଓମିକ୍ରନ ରୋକିବା ଲାଗି ଭୁବନେଶ୍ୱର ଷ୍ଟେସନରେ ବ୍ୟାପକ ପଦକ୍ଷେପ ନିଆଯାଉଛି। ଷ୍ଟେସନ ପରିସରରେ ବିନା ମାସ୍କରେ ବୁଲୁଥିବା ଲୋକଙ୍କୁ ଦଣ୍ଡିତ କରାଯାଉଛି। କରୋନା ନେଇ ଆଗକୁ ସରକାରଙ୍କ ନିର୍ଦେଶ ଯେମିତି ଆସିବ, ସେ ଅନୁସାରେ ଆମେ କାମ କରିବୁ।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0