ବାଲିଅନ୍ତା: ରାଜ୍ୟ ବିଜେପି ସହପ୍ରଭାରୀଙ୍କ କାକରୁଦ୍ରପୁର ଧାନମଣ୍ଡି ଗସ୍ତ । ରାଜ୍ୟ ବିଜେପି ପ୍ରଭାରୀ ବିଜୟପାଲସିଂହ ତୋମାର, ଭାଜପା ନେତା କନକବର୍ଦ୍ଧନ ସିଂହଦେଓ ସହିତ ଏକ ପ୍ରତିନିଧି ଦଳ ବାଲିଅନ୍ତା ବ୍ଲକର କାକରୁଦ୍ରପୁର ଖମଙ୍ଗସେବା ସମିତିରେ ପହଞ୍ଚିଥିଲେ । ସେଠାରେ ଚାଷୀମାନେ କିଭଳି ମଣ୍ଡିରେ ଧାନ ଦେଉଛନ୍ତି ସେ ସମ୍ପର୍କରେ ସେମାନଙ୍କ ସହିତ ଆଲୋଚନା କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଉଥିବା ସହାୟତା ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ । ଧାନ ମଣ୍ଡିରେ ମିଲରମାନେ ଯେଭଳି ଭାବରେ ଚାଷୀଙ୍କ ଧାନକୁ କାଟୁଛନ୍ତି ତାହାକୁ ସେ ନାପସନ୍ଦ କରିଥିଲେ । ତେବେ ଏହାକୁ ନେଇ ଆଗାମୀ ଦିନରେ ଭାଜପା ପ୍ରତ୍ୟେକ ଧାନମଣ୍ଡିକୁ ଯାଉ ଚାଷୀଙ୍କ ହକ୍ ଏବଂ ଅଧିକାର ପାଇଁ ଲଢେଇ ଜାରି ରଖିବା କଥା ସେମାନେ କହିଛନ୍ତି । ଶୁକ୍ରବାର ରାଜ୍ୟ ଭାଜପା ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0