spot_img

ନିଯୁକ୍ତି ଓ ଥଇଥାନ ଦାବିରେ ୨ୟ ଦିନରେ ଧାରଣା

ଅନୁଗୁଳ : ନିଯୁକ୍ତି ଓ ଥଇଥାନ ଦାବି ନେଇ ଅନୁଗୋଳ ଜିଲ୍ଲା ହିଲୁଇ ଓ ଏକଡ଼ାଳ ଗ୍ରାମବାସୀଙ୍କ ଆନ୍ଦୋଳନ ଦ୍ବିତୀୟ ଦିନରେ ପହଞ୍ଚିଛି । ଅନନ୍ତ ଓ ଜଗନ୍ନାଥ କୋଇଲା ଖଣି କାର୍ଯ୍ୟ ବନ୍ଦ କରିଛନ୍ତି ହିଲୁଇ ଓ ଏକଡ଼ାଳ ଗ୍ରାମବାସୀ । ପ୍ରତିବାଦ କରି ଅନନ୍ତ ଟାଇମ ଅଫିସ ଏବଂ ଜଗନ୍ନାଥ CGM ଅଫିସ ଆଗରେ ଧାରଣାରେ ବସିଛନ୍ତି ।

02

ଜମି ଅଧିଗ୍ରହଣ ଆଇନ 2006 ପଲିସି ଅନୁସାରେ ଜମି ଅଧିଗ୍ରହଣ ପରେ କ୍ଷତିଗ୍ରସ୍ତଙ୍କୁ ଚାକିରି ଆଉ ଥଇଥାନ ଦେବାକଥା । କିନ୍ତୁ କିଛି ଲୋକଙ୍କୁ ଏ ପର୍ଯ୍ୟନ୍ତ ଚାକିରି ମିଳିନାହିଁ। ପାଖାପାଖି ୧୪୦ ଜଣଙ୍କୁ ଚାକିରି ଦେବା ବାକି ରହିଛି । ଏଥିପ୍ରତି MCL ଅବହେଳା କରିଥିବାରୁ ବାଧ୍ୟ ହୋଇ ଆନ୍ଦୋଳନ ଚଳାଇଥିବା ଗ୍ରାମବାସୀ କହିଛନ୍ତି

LEAVE A REPLY

Please enter your comment!
Please enter your name here

- Advertisment -

Most Popular