spot_img

ଛାତ୍ରର ଉନ୍ମତ୍ତକାଣ୍ଡ : ଗୁଳି ମାଡ଼ରେ ଟଳିଲେ 3 ଶିକ୍ଷାର୍ଥୀ

ଆଜି କାଲି ସମାଜରେ କିଛି ପିଲା ନିଜକୁ ସଠିକ ରାସ୍ତାରେ ନେଇ ପାରୁ ନାହାଁନ୍ତି | ଆମେରିକାର ମିଚିଗାନରେ ଥିବା ଗୋଟିଏ ଉଚ୍ଚ ବିଦ୍ୟାଳୟରେ ଜଣେ ୧୫ ବର୍ଷୀୟ ଛାତ୍ରର ଆଖିବୁଜା ଗୁଳିମାଡ଼ । ଏଥିରେ ୩ ଜଣ ଶିକ୍ଷାର୍ଥୀଙ୍କ ମୃତ୍ୟୁ ହୋଇଥିବା ସୂଚନା । ତେବେ ୮ ଜଣ ଗୁରୁତର ଆହତ ମଧ୍ୟ ହୋଇଛନ୍ତି । ୧୫ ବର୍ଷୀୟ ଛାତ୍ର ଜଣଙ୍କ ସେମି ଅଟୋମେଟିକ ହ୍ୟାଣ୍ଡଗନରୁ ହିଁ ଏପରି ଗୁଳିମାଡ଼ କରିଛି । ସେପଟେ ଘଟଣା ସମ୍ପର୍କରେ ଖବର ପାଇ ପୋଲିସ୍‌ ପହଞ୍ଚି ଗୁଳିମାଡ଼ କରିଥିବା ଛାତ୍ରଙ୍କୁ ନିଜ ହେପାଜତକୁ ନେବା ସହ ପଚରାଉଚରା ଆରମ୍ଭ କରିଛି । ପୋଲିସ୍‌ କହିଛି ଯେ ୧୫ ବର୍ଷୀୟ ଛାତ୍ର ଜଣଙ୍କ ନିଜ ସହ ସ୍କୁଲକୁ ବନ୍ଧୁକ ନେଇ ଆସିଥିଲା । ଏହାପରେ ସେ ସମସ୍ତଙ୍କ ଉପରକୁ ଗୁଳିମାଡ଼ କରିଥିଲା । ପ୍ରାୟ ୧୫ ରୁ ୨୦ ରାଉଣ୍ଡ ଗୁଳି ମାଡ଼ ପରେ ସେ ଆପେ ଆପେ ପୋଲିସକୁ ଧରା ଦେଇଥିଲା । ଜଣେ ଛାତ୍ରୀ କହିଛନ୍ତି, ସମସ୍ତେ କେମେଷ୍ଟ୍ରୀ କ୍ଲାସରେ ଥିବା ବେଳେ ହଠାତ୍ କାଚ ଭାଙ୍ଗିବାର ଶବ୍ଦ ଶୁଣିବାକୁ ମିଳିଲା । ଏହି ସମୟରେ ଜଣେ ଶିକ୍ଷକ ଚିତ୍କାର କରି ଦୌଡ଼ି ଆସିଥିଲେ। ଏହାପରେ ସେ ଟେବୁଲକୁ ବ୍ୟାରିକେଡ୍‌ ଭଳି ଠେଲିବାକୁ ଲାଗିଥିଲେ । ପ୍ରାଣ ହରାଇଥିବା ୩ ଜଣଙ୍କ ମଧ୍ୟରେ ଜଣେ ଛାତ୍ର ଓ ୨ ଜଣ ଛାତ୍ରୀ ରହିଛନ୍ତି । ଛାତ୍ରଙ୍କ ବୟସ ୧୬ ବର୍ଷ ହୋଇଥିବା ବେଳେ ୨ ଛାତ୍ରୀଙ୍କ ବୟସ ୧୭ ଓ ୧୪ ବର୍ଷ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular