କାଲିମେଳା: ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକ ଅନ୍ତର୍ଗତ ମରିଗେଟା ଗ୍ରାମର ଜଣେ ଚଉଦ ବର୍ଷର ଆଦିବାସୀ ନାବାଳିକା ବିଷ ପିଇ ଆତ୍ମହତ୍ୟା କରିଥିବାର ଜଣାପଡ଼ିଛି। ଗତ କାଲି ଏହି ନାବାଳିକା ଜଣକ କୌଣସି କାରଣରୁ ବିଷ ପିଇ ଦେଇଥିଲା। ଏହାପରେ ତାକୁ କାଲିମେଳା ମେଡିକାଲକୁ ଅଣାଯାଇଥିଲା। ଡାକ୍ତର ଚିକିତ୍ସା କରିବାରୁ ସାମାନ୍ୟ ସୁସ୍ଥ ହୋଇଥିଲା, କିନ୍ତୁ ଆଜି ସକାଳେ ନାବାଳିକାର କାଲିମେଳା ମେଡିକାଲରେ ହିଁ ମୃତ୍ୟୁ ହୋଇଯାଇଛି।



Visitors Today : 2
Total Visitors : 130428
Total Views : 9891959
Visitors Online Now : 0