କଟକ : ଜମି ବିକ୍ରି ଦଲିଲର ଯୋଗ୍ୟତା ନିର୍ଦ୍ଧାରଣ କରିବା ଅଥବା ଏ ସଂପର୍କରେ ନିଷ୍ପତ୍ତି ନେବାର ଅଧିକାର ସବ୍-ରେଜିଷ୍ଟ୍ରାରଙ୍କର ରହିଛି ବୋଲି ଗଠିତ ଖଣ୍ଡପୀଠରେ କୁହାଯାଇଛି। କିନ୍ତୁ ସେ ସବୁ ବିଚାର ନ କରି ଦଲିଲ ଗ୍ରହଣ କରିବାକୁ ସବ୍-ରେଜିଷ୍ଟ୍ରାର ଆଉ ମନା କରି ପାରିବେ ନାହିଁ। ଜଣେ ବ୍ୟକ୍ତି ନିଜ ଜମି ବିକ୍ରି କରିବାକୁ ଇଚ୍ଛୁକ ଥିବା ବେଳେ ରିୟଲ ଇଷ୍ଟେଟ ଆଇନ, ୨୦୧୬ ଆଳରେ ତାଙ୍କ ବିକ୍ରି ଦଲିଲକୁ ସବ୍-ରେଜିଷ୍ଟ୍ରାର ଗ୍ରହଣ କରିବାକୁ ମନା କରିଥିବା ଅଭିଯୋଗ ସଂପର୍କିତ ମାମଲାର ଶୁଣାଣି କରି ଜଷ୍ଟିସ ବିଶ୍ବନାଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଏପରି ରାୟ ପ୍ରଦାନ କରିଛନ୍ତି। ପ୍ରକାଶିତ ରାୟରେ ଉଲ୍ଲେଖ କରାଯାଇଛି ଯେ, ବିକ୍ରେତା ପ୍ରଦାନ କରିଥିବା ବକ୍ରି ଦଲିଲ ପଞ୍ଜୀକରଣ ଯୋଗ୍ୟ ବା ନୁହେଁ ସେ ପ୍ରସଂଗରେ ନିର୍ଦ୍ଦେଶ ଦେବା ସବ୍-ରେଜିଷ୍ଟ୍ରାରଙ୍କ ଦାୟିତ୍ବ। କୌଣସି ଦଲିଲ ପଞ୍ଜୀକରଣ ପ୍ରସଂଗରେ ନିଷ୍ପତ୍ତି ନେବାର କ୍ଷମତା ସବ୍-ରେଜିଷ୍ଟ୍ରାରଙ୍କ ରହିଛି। ଏଥିସହିତ ଜଣେ ବ୍ୟକ୍ତି ରିୟଲ ଇଷ୍ଟେଟ ପ୍ରମୋଟରକୁ ସଂପତ୍ତି ବିକ୍ରି କରୁଛନ୍ତି କି ନାହିଁ ତାହା ଦେଖିବା ଦାୟିତ୍ବ ସବ୍-ରେଜିଷ୍ଟ୍ରାରଙ୍କ ବୋଲି ପ୍ରକାଶିତ ରାୟରେ ଉଲ୍ଲେଖ କରାଯାଇଛି।ମାମଲାର ବିବରଣୀରୁ ପ୍ରକାଶ ଯେ, ଆବେଦନକାରୀଙ୍କ ଦଲିଲ ପଞ୍ଜୀକରଣ କରିବାକୁ ସବ୍-ରେଜିଷ୍ଟ୍ରାର ଗ୍ରହଣ କରି ନଥିଲେ। ଏଭଳି ପ୍ରସଂଗ ନେଇ ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ମାମଲାର ଶୁଣାଣି କରି ଖଣ୍ଡପୀଠ ସଂପୃକ୍ତ ସବ୍-ରେଜିଷ୍ଟ୍ରାରଙ୍କୁ ଦଲିଲ ପଞ୍ଜୀକରଣ ପାଇଁ ପ୍ରଦାନ କରିବାକୁ ଅନୁମତି ଦେଇଛନ୍ତି।



Visitors Today : 0
Total Visitors : 130429
Total Views : 9891960
Visitors Online Now : 0