ନୂଆଦିଲ୍ଲୀ: ଏଜିଆର ମାମଲାରେ ଆଜି ସୁପ୍ରିମକୋର୍ଟରେ ହୋଇଛି ଶୁଶାଣି । ମାନ୍ୟବର କୋର୍ଟଙ୍କ ରାୟରେ ଭାରତୀୟ ଟେଲିକମ୍ କମ୍ପାନୀମାନଙ୍କୁ ମିଳିଛି ବଡ ରିହାତି । ଆଡଜଷ୍ଟେଡ ଗ୍ରସ ରେଭିନ୍ୟୁ ବକେୟା ଦେବା ପାଇଁ କମ୍ପାନୀମାନଙ୍କୁ ୧୦ ବର୍ଷର ସମୟ ଦିଆଯାଇଛି । କିନ୍ତୁ କମ୍ପାନୀମାନଙ୍କ ପକ୍ଷରୁ ୧୫ ବର୍ଷର ସମୟ ମଗାଯାଇଥିଲା । ଫଳରେ ଭୋଡାଫୋନ- ଆଇଡିଆ ସେୟାର ଏନଏସଇ ରେ ୧୦ ପ୍ରତିଶତରୁ ଅଧିକ ହ୍ରାସ ପାଇଛି । ଏହା ସହିତ ଭାରତୀ ଏୟାରଟେଲର ଷ୍ଟକ ୫ ପ୍ରତିଶତ ବୃଦ୍ଧି ପାଇଛି । ଜଷ୍ଟିସ୍ ଅରୁଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ସୁପ୍ରିମକୋର୍ଟରେ ଏକ ଖଣ୍ଡପୀଠ ମଙ୍ଗଳବାର ଦିନ ଦେଇଥିବା ରାୟ ଅନୁସାରେ, ୩୧ ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତ ଟେଲିକମ୍ କମ୍ପାନୀମାନଙ୍କ ନିଜ ବକେୟାର ୧୦ ପ୍ରତିଶତ ଦେବାକୁ ପଡିବ । ଏହା ସହିତ ଶେଷ ରାଶି ମାର୍ଚ୍ଚ ୩୧, ୨୦୩୧ ପର୍ଯ୍ୟନ୍ତ ଦାଖଲ କରିବାକୁ ପଡିବ । ମହାମାରୀ ପାଇଁ ଏହି ଅବଧି ବଢାଯାଇଛି । ଯଦି ଆଗକୁ ବକେୟା ଦାଖଲରେ ବିଳମ୍ବ ହୁଏ, ତେବେ କୋର୍ଟ ନିଦେ୍ର୍ଦଶ ଅବମାନନା ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ । ଯଦି ନିର୍ଦ୍ଧାରିତ ସମୟ ଭିତରେ ବକେୟା ପୈଠ ନହୁଏ, ତେବେ ପେନାଲିଟ୍ ଦେବାକୁ ପଡିବ ।
ଏଜିଆର ର ବକେୟା ରାଶି ଉପରେ ଅକ୍ଟୋବର ୨୪,୨୦୧୯ ରେ ସୁପ୍ରିମକୋର୍ଟ ଏହାର ପ୍ରଥମ ରାୟ ଦେଇଛନ୍ତି । ଏହା ପରେ ଭୋଡାଫୋନ୍ ଆଇଡିଆ ଖୋଲାଖୋଲି ଭାବେ କହିଥିଲେ ଯେ, ଯଦି ଏହି ମାମଲାର ସମାଧାନ ନହୁଏ, ତେବ ଭାରତରେ ନିଜର କାର୍ଯ୍ୟ ବନ୍ଦ କରିବାକୁ ପଡିବ । ଏୟାରଟେଲ ସୁପ୍ରିମକୋର୍ଟରେ ହଲପନାମା ଦାଖଲ କରି ୨୦ ବର୍ଷର ସମୟ ମାଗିଥିଲା । ସରକାରଙ୍କୁ ୧୩,୦୦୪ କୋଟି ଟଙ୍କା ମଧ୍ୟ ଦେଇସାରିଛି ଏୟାରଟେଲ । ତେବେ ସୁପ୍ରିମକୋର୍ଟଙ୍କ ନିଦେ୍ର୍ଦଶକୁ ପାଳନ କରାଯିବ ବୋଲି ଏୟାରଟେଲ ପକ୍ଷରୁ କୁହାଯାଇଛି ।



Visitors Today : 2
Total Visitors : 130171
Total Views : 9891617
Visitors Online Now : 0