ଭୁବନେଶ୍ୱର: ଶୁକ୍ରବାର ବରିଷ୍ଠ ଆଇଏଏସ ଅଧିକାରୀ ସୁରେଶ ମହାପାତ୍ର ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଶ୍ରୀ ଅସିତ ତ୍ରିପାଠୀଙ୍କ ଅବସର ପରେ ସୁରେଶ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ତୁଲାଇବେ । ତେବେ ଅସିତ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧକ୍ଷ ଭାବେ ଦାୟିତ୍ୱ ତୁଲାଇବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରମୁଖ ପରାମର୍ଶଦାତା ଭାବେ ମଧ୍ୟ ଅସିତ ଦାୟିତ୍ୱ ତୁଲାଇବେ। ଆଞ୍ଚଳିକ ବିକାଶ, ପର୍ୟ୍ୟଟନ, କୃଷି, ବ୍ୟବସାୟ ଓ ଶିଳ୍ପ କ୍ଷେତ୍ରରେ ସେ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଭାବେ ମଧ୍ୟ କାର୍ୟ୍ୟ କରିବେ ।ଏତତ ବ୍ୟତୀତ ଆଇଏଏସ ପ୍ରଦୀପ ଜେନା ଉନ୍ନୟନ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ।



Visitors Today : 3
Total Visitors : 130166
Total Views : 9891611
Visitors Online Now : 0