କିଛି ଦିନର ବ୍ୟବଧାନ ପରେ ବଲିଉଡ୍ ଡ୍ରଗ୍ସ ଲିଙ୍କ୍କୁ ନେଇ ପୁଣି ଆକ୍ସନ ମୋଡ୍ରେ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ। ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ବଲିଉଡ୍ ଡ୍ରଗ୍ସ ଲିଙ୍କ୍କୁ ନେଇ ଏନସିବିର ଛାନ୍ଭିନ୍ ଜାରି ରହିଥିବା ବେଳେ ଗତକାଲି ଏନସିବି ସୁଶାନ୍ତଙ୍କ ବନ୍ଧୁ ତଥା ପୂର୍ବତନ ଆସିଷ୍ଟାଣ୍ଟ୍ ଡାଇରେକ୍ଟର ଋଷିକେଶ ପାୱାରଙ୍କୁ ଗିରଫ କରିଛି। ଟଙ୍କା ଲୋଭରେ ଋଷିକେଶ ସୁଶାନ୍ତଙ୍କୁ ଡ୍ରଗ୍ସ ଯୋଗାଉଥିଲେ। ଏନ୍ସିବି ଜେରା ବେଳେ ସୁଶାନ୍ତଙ୍କ ଷ୍ଟାଫ୍ ମେମ୍ବର ଦୀପେଶ ସାୱନ୍ତ, ଋଷିକେଶଙ୍କ ନାଁ ନେଇଥିଲେ ଓ ଏହାପରେ ଋଷିକେଶଙ୍କ ନାଁ ସାମ୍ନାକୁ ଆସିଥିଲା। ଋଷିକେଶ ସୁଶାନ୍ତଙ୍କୁ ଡ୍ରଗ୍ସ ସପ୍ଲାଏ କରୁଥିଲେ ବୋଲି ଦୀପେଶ ଜେରା ବେଳେ କହିଥିଲେ ।୮ ଘଣ୍ଟାରୁ ଅଧିକ ସମୟ ପଚରାଉଚରା ପରେ ଗିରଫ । ଡ୍ରଗ୍ସ ଲିଙ୍କ୍ ମାମଲାରେ ଗତବର୍ଷ ସେପ୍ଟେମ୍ବରରେ ଏନ୍ସିବି ଋଷିକେଶଙ୍କୁ ପଚରାଉଚରା କରିଥିଲା।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0