ଭୁବନେଶ୍ୱର: ବାଲେଶ୍ୱର ନେତା ଜୀବନ ପ୍ରଦୀପ ଦାସଙ୍କ ଭାଇରାଲ ଅଡିଓକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । କିଛି ଦିନ ପୂର୍ବେ ସେ ବିଜେଡିରୁ ନିଲମ୍ବିତ ହୋଇଥିଲେ । ସେ ଏହି ଭିଡିଓରେ କର୍ମୀଙ୍କୁ କହିଛନ୍ତି, ବାଲେଶ୍ୱର ଉପନିର୍ବାଚନରେ ଟିକେଟ ପାଇଥିବା ସ୍ୱରୂପ ଦାସ ହେଉଛନ୍ତି ରବୀନ୍ଦ୍ର ଜେନାଙ୍କ ଲୋକ । ରବି ଜେନା ହିଁ ସ୍ୱରୂପ ଦାସଙ୍କୁ ଟିକେଟ ପ୍ରଦାନରେ ସାହାଯ୍ୟ କରିଥିଲେ । ଏହା ପଛରେ ଏକ ଚାଲ୍ ଥିଲା । କି ସ୍ୱରୂପ ଟିକେଟ ଫେରାଇ ଦେବେ ଏବଂ ରବିନ୍ଦ୍ର ଲଢିବେ । ତାହା ମଧ୍ୟ ହେଲା । ହେଲେ ଯଦି ଟିକଟ ବଦଳିବ, ତେବେ ମୁଁ କାହିଁକି ଲଢିବି ନାହିଁ ବୋଲି ଭାଇରାଲ ଅଡିଓରେ ଜୀବନ ନିକ କର୍ମୀଙ୍କୁ କହିଥିବା ଶୁଣିବାକୁ ମିଳୁଛି । ବାଲେଶ୍ୱରରେ ଆଉ ଶାନ୍ତି ରହିବ ନାହିଁ । ବିହାର ପରି ରାଜନୀତି ହୋଇଯିବ । ଏପରି ବାଜେ ଲୋକ ଅଛନ୍ତି । ଏହା କହିବାରୁ ମତେ ସେମାନେ ଘରେ ବସାଇ ଦଲେ । ଏହା ପରେ ଅଡିଓରେ ଅନ୍ୟ ବ୍ୟକ୍ତିଜଣକ ଆପଣ କ’ଣ କରିବେ ବୋଲି ପଚାରିବାରୁ, ଜୀବନ କହିଛନ୍ତି, ମୋ ଲୋକେ ମୋଷ୍ଟଲି ବିଜେପିକୁ ଭୋଟ ଦେବେ । ବିଜେପି ଓ ବିଜେଡି ଗୋଟିଏ ଦଳ ବୋଲି ମଧ୍ୟ ସେ କହିଛନ୍ତି । ଫାଇନାନ୍ସ ଦରକାର ହେଲେ ତାହା ମଧ୍ୟ ଯୋଗେଇ ଦେବେ ବୋଲି ଅଡିଓରେ ଜୀବନ କହୁଥିବାର ଶୁଣାଯାଉଛି । ଭାଇରାଲ ଅଡିଓ କଥାବାର୍ତ୍ତାକୁ ଜୀବନ ସ୍ୱୀକାର କରିଥିବା ବେଳେ କର୍ମୀଙ୍କ ମନକଥା ଜାଣିବା ପାଇଁ କଥା ହୋଇଥିବା କହିଛନ୍ତି । ଏଥିସହ ଅଡିଓରେ କାଣ୍ଟଛାଣ୍ଟ ହୋଇଥିବା ଜୀବନ ପ୍ରଦୀପ ଦାସ ଅଭିଯୋଗ କରିଛନ୍ତି ।



Visitors Today : 0
Total Visitors : 130175
Total Views : 9891622
Visitors Online Now : 0