ନୂଆଦିଲ୍ଲୀ : କରୋନା ଟିକାକରଣକୁ ଦୃଷ୍ଟିରେ ରଖି ପୋଲିଓ ଟିକାକରଣ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି । ଚଳିତ ମାସ ୧୬ ତାରିଖରୁ ସାରା ଦେଶରେ କରୋନା ପାଇଁ ଟିକାକରଣ କାର୍ୟ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି । ଏନେଇ ପ୍ରାୟ ପ୍ରତି ରାଜ୍ୟରେ କରୋନା ଟିକା ପହଂଚାଇଛନ୍ତି କେନ୍ଦ୍ରସରକାର । ହେଲେ ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାନୁଆରୀ ୧୭ ତାରିଖରୁ ହେବାକୁ ଥିବା ପୋଲିଓ ଟିକାକରଣ କାର୍ୟ୍ୟକ୍ରମକୁ ସ୍ଥଗିତ ରଖା ଯାଇଛି । ଜାନୁଆରୀ ୧୭ ତାରିଖକୁ ଜାତୀୟ ପୋଲିଓ ଦିବସ ଭାବେ ପାଳନ କରାଯାଇଥାଏ । ହେଲେ ଚଳିତବର୍ଷ କରୋନା ଟିକାକରଣ କାର୍ୟ୍ୟକ୍ରମକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ୧୭ ତାରିଖରେ ହେବାକୁ ଥିବା ପୋଲିଓ ଟିକାକରଣକୁ ସ୍ଥଗିତ ରଖିଛନ୍ତି । ପରବର୍ତ୍ତି ନିର୍ଦ୍ଦେଶ ଆସିବା ପରେ ଏହି କାର୍ୟ୍ୟକ୍ରମ ପୁଣି ଆରମ୍ଭ କରାଯିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । କହିରଖୁ କି କରୋନା ଟିକାକରଣ ଚଳିତ ମାସ ୧୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏଥିରେ ପ୍ରଥମ ପର୍ୟ୍ୟାୟରେ ଦେଶରେ ୩ କୋଟି ଆଗଧାଡିର କରୋନାଯୋଦ୍ଧାଙ୍କୁ ଟିକା ଦିଆଯିବ । ଏହା ସହ ଦ୍ୱିତୀୟ ପର୍ୟ୍ୟାୟରେ ବୟସ୍କ ଓ ଅସୁସ୍ଥ ବ୍ୟକ୍ତି ମାନଙ୍କୁ ଟିକା ପ୍ରଦାନ କରାଯିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଅଯାଇଛି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0