ନୂଆଦିଲ୍ଲୀ: କରୋନା ସଂକ୍ରମଣ ନେଇ ସାରା ବିଶ୍ୱରେ ଜାରି ରହିଛି ଆତଙ୍କ । ଏଥିରୁ ମୁକ୍ତି ପାଇବା ପାଇଁ ବିଭିନ୍ନ ଦେଶ ଭାକ୍ସିନକୁ ଡେଭଲପ୍ କରିବାକୁ ଲାଗିଛନ୍ତି । ଏପଟେ ଭାକ୍ସନିର ଆଶାରେ ରହିଛି ମାନବ ସମାଜ । ଏହାରି ଭିତରେ ବିକାଶ ହୋଇଥିବା ଭାକ୍ସିନରେ ପଶୁତତ୍ୱର ସମ୍ପୃକ୍ତିକୁ ନେଇ ଭିନ୍ନ ଭିନ୍ନ ବିବାଦ ମୁଣ୍ଡ ଟେକିବାରେ ଲାଗିଛି । କିଛି ସମୟ ପୂର୍ବରୁ ଟିକାରେ ପୋର୍କ ଜିଲେଟିନ ବ୍ୟବହାର ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଭାରତୀୟ ମୁସଲମାନମାନେ ଏହାର ବିରୋଧ କରିଛନ୍ତି। ଏଥିରେ ଏବେ ଗୋ ତତ୍ୱ ଉପଯୋଗର ଚର୍ଚ୍ଚାରେ ଅଖିଳ ଭାରତୀୟ ହିନ୍ଦୁ ମହାସଭାର ଅଧ୍ୟକ୍ଷ ସ୍ୱାମୀ ଚକ୍ରପାଣି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।ଏହି ମର୍ମରେ ସେ ରାଷ୍ଟ୍ରପତିଙ୍କୁ ପତ୍ର ଲେଖିଥିବା ବେଳେ ଏପରି ଔଷଧ ଭାରତକୁ ଆଣିବା ପୂର୍ବରୁ ସରକାର ଓ ଅନ୍ତର୍ଜାତୀୟ କମ୍ପାନୀମାନେ ଏଥିଲାଗି ବ୍ୟବୃହତ ସାମଗ୍ରୀ ସମ୍ପର୍କରେ ଦେଶକୁ ସ୍ପଷ୍ଟ କରନ୍ତୁ। ଏହା ସ୍ପଷ୍ଟ ହେବା ଦରକାର ଏଥିରେ ଗୋ ରକ୍ତ, ମାଂସ, ଚର୍ବି ଅଥବା ଏପରି କୌଣସି ତତ୍ୱ ଯେପରି ସାମିଲ ନ ହୋଇଥାଏ ଯାହା ହିନ୍ଦୁ ସନାତନ ଧର୍ମର ଭାବନାକୁ ଆହତ କରୁଥାଏ। ପ୍ରସଙ୍ଗରେ ସେ ଭାରତୀୟ ସ୍ୱାଧୀନତା ଆନ୍ଦୋଳନର ପୃଷ୍ଠ ଭୂମି କଥା ମଧ୍ୟ ମନେ ପକାଇ ଦେଇଛନ୍ତି। ଚକ୍ରପାଣି କହିଛନ୍ତି ଯେ ଭାକ୍ସିନ ନିର୍ମାଣକାରୀ କମ୍ପାନୀମାନେ ଏଥିରେ କଣ କଣ ରସାୟନ ବ୍ୟବହାର କରିଛନ୍ତି ଓ ସେ ସବୁ କେଉଁଥିରୁ ସଂଗୃହୀତ ହୋଇଛି ସେ ବିଷୟରେ ପ୍ରଥମେ ସ୍ପଷ୍ଟ କରନ୍ତୁ ବୋଲି କହିଛନ୍ତି। ସେ ଦେଶର ଧାର୍ମିକ ଭାବନାର ସୁରକ୍ଷା ଲାଗି ତାଙ୍କ ସନ୍ଦେହର ତୁରନ୍ତ ସମାଧାନ ଲାଗି ମଧ୍ୟ ଦାବି କରିଛନ୍ତି।



Visitors Today : 0
Total Visitors : 130422
Total Views : 9891952
Visitors Online Now : 0