spot_img

ଝାଡୁ ମାରି କ୍ରିକେଟ୍ ଷ୍ଟାର୍

ନିଜର ଇଛା ଏବଂ ଆକାଂକ୍ଷା ବଳରେ ମଣିଷ ଅସାଧ୍ୟ ସାଧନ କରିବାରେ ସମର୍ଥ ହୋଇଥାଏ । ଏହାକୁ ପ୍ରମାଣ କରି ଦେଖାଇଛନ୍ତି ରିଙ୍କୁ ସିଂହ । ଆଇପିଏଲ ତାଙ୍କର ଭବିଷ୍ୟତ ବଦଳାଇ ଦେଇଥିବା ଜଣାପଡିଛି । ରିଙ୍କୁଙ୍କ ଘର ଉତ୍ତର ପ୍ରଦେଶର ଆଲିଗଡ । ତାଙ୍କ ବାପା ଘର ଘର ବୁଲି ଗ୍ୟାସ ସିଲିଣ୍ଡର ବିକ୍ରି କରୁଥିବା ବେଳେ ଭାଇ ଅଟୋରିକ୍ସା ଚଲାଇ ପରିବାର ଚଳାଉଥିଲେ । ଆର୍ଥିକ ଅବସ୍ଥା ଭଲ ନଥିବାରୁ ସେ ପାଠପଢା ଛାଡି ଝାଡୁଦାର ଚାକିରୀ କରୁଥିଲେ । କ୍ରିକେଟ୍ ପ୍ରତି ତାଙ୍କର ଦୁର୍ବଳତା ଥିବାରୁ ସେ ଘରୋଇ ମ୍ୟାଚଗୁଡିକ ଖେଳୁଥିଲେ । ପରେ ଦିଲ୍ଲୀରେ ଅନୁଷ୍ଠିତ ଏକ ଟୁର୍ଣ୍ଣାମେଂଟରେ “ମ୍ୟାନ ଅଫ ଦ ସିରିଜ” ହୋଇଥିଲେ ରିଙ୍କୁ । ପୁରସ୍କାର ବାବଦରେ ତାଙ୍କୁ ଏକ ବାଇକ୍ ମଧ୍ୟ ମିଳିଥିଲା । ଏହା ପରେ ଘରୋଇ କ୍ରିକେଟରେ ଖେଳି ଉତ୍ତମ ସ୍ଥାନ ଅଧିକାର କରୁଛନ୍ତି ରିଙ୍କୁ । ମ୍ୟାଚ ଖେଳି ଯାହା କିଛି ବି ଆୟ କରନ୍ତି , ତାଙ୍କ ପରିବାର ବାବଦରେ ଖର୍ଚ୍ଚ କରନ୍ତି ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular