ଭୁବନେଶ୍ୱର : ମର୍ଣ୍ଣିଂ ୱାକ୍ ବେଳେ ମହିଳାଙ୍କୁ ଲୁଟେରାଙ୍କ ଟାର୍ଗେଟ୍ । ବେକରେ କଟୁରୀ ଲଗାଇ ଝାମ୍ପି ନେଲେ ଚେନ୍। ରାଜଧାନୀ ଭୁବନେଶ୍ୱରରେ ଆଜି ସକାଳେ ଘଟିଛି ଏହି ଘଟଣା।
ଝାରପଡ଼ା ଜେଲ୍ ସାମ୍ନା ରୋଡ୍ରେ ଏହି ଘଟଣା ଘଟିଛି। ଲୁଟ୍ର ଶିକାର ହୋଇଥିବା ମହିଳାଙ୍କ ନାଁ ମନୋରମା ସାହୁ। ସେ ଶାନ୍ତି ନଗରରେ ରହନ୍ତି। ତାଙ୍କ କହିବା ଅନୁଯାୟୀ, ସକାଳ ପ୍ରାୟ ୭ଟା ବେଳେ ସେ ମର୍ଣ୍ଣିଂ ୱାକ୍ ସାରି ଫେରୁଥିବା ବେଳେ ଏହି ଘଟଣା ଘଟିଥିଲା। ତିନି ଜଣ ଦୁର୍ବୃତ୍ତ ଥିଲେ। ଦୁଇ ଜଣ ବାଇକ୍ରେ ବସିଥିଲେ। ଆଉ ଜଣେ କଟୁରୀଟିଏ ଧରି ତାଙ୍କ ଆଡ଼କୁ ଆସିଥିଲେ। କଟୁରୀକୁ ତାଙ୍କ ବେକରେ ପକାଇ ଚେନ୍ ଦେବାକୁ କହିଥିଲେ। ଏହା ପରେ ତାଙ୍କୁ ତଳେ ପକାଇ ଚେନ୍ ଛିଣ୍ଡାଇ ଦେଇଥିଲା। ସେ ପାଟି କରିଥିଲେ। ତେବେ ଲୋକେ ତାଙ୍କ ପାଖରେ ପହଞ୍ଚିବା ପୂର୍ବରୁ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ତା’ସହିତ ପାଖରେ ଥିବା ସିସିଟିଭି ଫୁଟେଜ୍କୁ ଯାଞ୍ଚ କରୁଛି।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0