ଭୁବନେଶ୍ୱର : ଟାଟା ହାତକୁ ଗଲା ସାଉଥକୋ ଏବଂ ୱେସ୍କୋ। ବିଦ୍ୟୁତ୍ ବିତରକ କଂପାନୀ ସାଉଥକୋ ଏବଂ ୱେସ୍କୋକୁ ୨୫ ବର୍ଷ ପର୍ଯ୍ୟନ୍ତ ଅଧିଗ୍ରହଣ କରିଛି ଟାଟା ପାୱାର କମ୍ପାନୀ ଲିମିଟେଡ୍ । ଚୁକ୍ତି ଅନୁସାରେ ଉଭୟ କଂପାନୀର ସବୁ କର୍ମଚାରୀ TPCL ଅଧୀନକୁ ଆସିବେ । କୌଣସି କର୍ମଚାରୀଙ୍କ ବର୍ତ୍ତମାନର ସର୍ଭିସ କଣ୍ଡିସନ ହ୍ରାସ କରାଯିବ ନାହିଁ । ୫ ବର୍ଷରେ ୱେସ୍କୋର ୩ଶହ କୋଟି ଟଙ୍କା ବକେୟା ଆଦାୟ କରିବ TPCL । ସାଉଥକୋର ମଧ୍ୟ ଶହେ କୋଟି ବକେୟା ଆଦାୟ ପାଇଁ TPCL ଚୁକ୍ତିବଦ୍ଧ ହୋଇଛି ।



Visitors Today : 2
Total Visitors : 130168
Total Views : 9891614
Visitors Online Now : 0