ଚେନ୍ନାଇ: ପୂର୍ବ ପରାଜୟର ପ୍ରତିଶୋଧ ନେଲା ଭାରତ । ଚେନ୍ନାଇ ଟେଷ୍ଟ ମ୍ୟାଚରେ ଭାରତ ଏକ ଜବରଦସ୍ତ ବିଜୟ ହାସଲ କରିଛି। ଭ୍ରମଣକାରୀ ଇଂଲଣ୍ଡକୁ ୩୧୭ ରନରେ ହରାଇ ପୂର୍ବ ପରାଜୟର ପ୍ରତିଶୋଧ ନେଇଛି ଭାରତ। ଚେନ୍ନାଇର ଏମ ଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳା ଯାଉଥିବା ଭାରତ-ଇଂଲଣ୍ଡ ୨ୟ ଟେଷ୍ଟରେ ଚତୁର୍ଥ ଦିନରେ ଆଜି ଇଂଲଣ୍ଡ ଦଳ ୧୬୪ ରନରେ ଅଲଆଉଟ ହେବା ଫଳରେ ଭାରତ ଠାରୁ ୩୧୭ ରନରେ ପରାଜିତ ହୋଇଛି। ଆଉ ଏହାସହ ୪ ମ୍ୟାଚ ବିଶିଷ୍ଟ ଏହି ଟେଷ୍ଟ ସିରିଜରେ ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ ଜିତି ୧-୧ରେ ସିରିଜ ବରାବର କରିଛନ୍ତି ।ଏହି ଟେଷ୍ଟ ଜିତିବା ପରେ ଭାରତ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ରେ ନିଜ ସ୍ଥାନକୁ ବଜାୟ ରଖିଛି। ଲେଗ-ସ୍ପିନର ଅକ୍ଷର ପଟେଲ ଏବଂ ଅଫ୍ ସ୍ପିନରଙ୍କ ଅଶ୍ୱିନୀଙ୍କ ଚମତ୍କାର ବୋଲିଂ ଯୋଗୁଁ ଏଭଳି ସଫଳତା ହାସଲ କରିଛି ଭାରତ। ଟସ ଜିତି ଭାରତ ପ୍ରଥମେ ବ୍ୟାଟିଂ ଲାଗି ନିଷ୍ପତ୍ତି ନେଇଥିଲା।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0