spot_img

ଟେଲିଗ୍ରାମ୍ ଆଣିଲା ନୂଆ ଫିଚର

ନୂଆଦିଲ୍ଲୀ: ଇନଷ୍ଟାଣ୍ଟ ମେସେଜିଂ ଆପ୍ ଟେଲିଗ୍ରାମ ଆଣିଲା ନୂଆ ଫିଚର । ଅଟୋ-ଡିଲିଟ, ହୋମ୍ ସ୍କ୍ରିନ୍ ଓ୍ବିଜେଟ୍, ଅନଲିମିଟେଡ୍ ଗ୍ରୁପ୍ ସହ ଅନେକ ଫିଚରର ଘୋଷଣା କରିଛି ଟେଲିଗ୍ରାମ୍ । ଗତ କିଛି ସପ୍ତାହ ମଧ୍ୟରେ ଟେଲିଗ୍ରାମର ୟୁଜର୍ସ ସଂଖ୍ୟା ବୃଦ୍ଧି ପାଇଛି । ହ୍ବାଟସ ଆପ୍ ର କିଛି ଫିଚରକୁ ଟେଲିଗ୍ରାମ ଅପଡେଟ୍ କରିଛି । କାରଣ ୟୁଜର୍ସ ଯେମିତି କୌଣସି ଅସୁବିଧାର ସମ୍ମୁଖୀନ ହେବେନାହିଁ । ଅଟୋ-ଡିଲିଟ୍ ମେସେଜ ହ୍ବାଟସ ଆପ୍ ରେ ଫିଚର ସହ ସମାନ ଅଟେ । ଏହି ଫିଚର ୟୁଜର୍ସଙ୍କୁ ସମସ୍ତ ଟେଲିଗ୍ରାମ ଚାଟରେ ଏକ ଅଟୋ-ଡିଲିଟ୍ ଟାଇମର୍ ଆକ୍ଟିଭ କରିବାକୁ ଅନୁମତି ଦେବ । ଯାହା ମେସେଜ ପଠାଇବାର ୨୪ ଘଣ୍ଟା କିମ୍ବା ୭ ଦିନ ପରେ ସମସ୍ତ ସମସ୍ତ ଅଂଶଗ୍ରହଣକାରୀଙ୍କ ପାଇଁ ମେସେଜଗୁଡିକୁ ଅଟୋମେଟିକ୍ ଡିଲିଟ୍ ହୋଇଯିବ । ଅଟୋ-ଡିଲିଟ୍ ଫିଚର କେବଳ ସେହି ମେସେଜ ଉପରେ ଲାଗୁ ହେବ ଯାହା ଟାଇମର୍ ସେଟ୍ ହେବାପରେ ପଠାଯାଇଥିବ । ଆଣ୍ଡ୍ରଏଡରେ ଟାଇମର୍ ଆକ୍ଟିଭ କରିବା ପାଇଁ କ୍ଲିଅର୍ ହିଷ୍ଟ୍ରି ଉପରେ ଟ୍ୟାପ୍ କରନ୍ତୁ ଏବଂ ତାପରେ ଏକ ଟାଇମ୍ ବାଛନ୍ତୁ । ଆଇଓଏସ ପାଇଁ କ୍ଲିୟର ଚାଟ୍ ବାଛନ୍ତୁ ଏବଂ ଅଟୋ-ଡିଲିଟ୍ ଆକ୍ଟିଭ୍ କରନ୍ତୁ ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular