ଜାମ୍ମୁ ଓ କାଶ୍ମୀରର ଶ୍ରୀନଗରରେ ପୁଣି ଏକ ବଡ଼ ଧରଣର ଆତଙ୍କୀ ହମଲା । ଆକ୍ରମଣରରେ ୨ ଜଣ ଶିକ୍ଷକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଆତଙ୍କବାଦୀଙ୍କ ଗୁଳିମାଡ଼ରେ ଗୁରୁତର ହୋଇଥିବା ଏହି ଦୁଇ ଜଣ ଶିକ୍ଷକ ହୋଇଥିବା ବେଳେ ଉଭୟ ଶିକ୍ଷକଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ମୃତକମାନେ ଶ୍ରୀନଗର ଇଦଗାହ ସଙ୍ଗମ ଏରିଆର ଏକ ସରକାରୀ ଉଚ୍ଛ ବିଦ୍ୟାଳୟରେ ଅଧ୍ୟାପନା କରୁଥିବାର ଜଣାପଡିଛି । ଶ୍ରୀନଗର ଇଦଗାହ୍ ଅଞ୍ଚଳର ଥିବା ଏକ ସ୍କୁଲକୁ ଟାର୍ଗେଟ କରି ଏହି ଆାକ୍ରମଣ କରାଯାଇଛି । ଆତଙ୍କୀ ହମଲାରେ ଆହତ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ମଧ୍ୟରୁ ଜଣେ ଜାମ୍ମୁ କାଶ୍ମୀର ଇଡଗାର ସ୍ଥିତ ଏକ ସ୍କୁଲର ପ୍ରଧାନଶିକ୍ଷକ ସୁଖବିନ୍ଦର କୌର ହୋଇଥିବାବେଳେ ଅନ୍ୟ ଜଣ ଶିକ୍ଷକଙ୍କ ନାମ ଦୀପକ । ସ୍କୁଲରେ ଏକ ବୈଠକ ଚାଲିଥିବା ବେଳେ ଆତଙ୍କବାଦୀମାନେ ଏହି ଆକ୍ରମଣ କରିଛନ୍ତି । ଯାହା ଫଳରେ ସମୟରେ ସାଧାରଣ ନାଗରିକ ଆତଙ୍କବାଦୀଙ୍କ ଗୁଳିର ଶିକାର ହୋଇଛନ୍ତି । ଅଜ୍ଞାତ ଆକ୍ରମଣକାରୀମାନେ ସଫା କାଦଲରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଏବଂ ଜଣେ ମହିଳା ଶିକ୍ଷକଙ୍କୁ ଗୁଳି କରି ହତ୍ୟା କରିଛନ୍ତି ।



Visitors Today : 1
Total Visitors : 129939
Total Views : 9891293
Visitors Online Now : 0