ଢେଙ୍କାନାଳ: ଢେଙ୍କାନାଳ ସହରର କୁଞ୍ଜକାନ୍ତ ସ୍ଥିତ ସାଇକୃପା ଯୁକ୍ତ ୨ ବିଜ୍ଞାନ ବିଦ୍ୟାଳୟ ରେ ୩୩ ଛାତ୍ରଛାତ୍ରୀ ପଜିଟିଭ୍ ଚିହ୍ନଟ ହେବା ପରେ ବିଦ୍ୟାଳୟକୁ ପ୍ରଶାସନ ସିଲ୍ କରାଯାଇଛି । କଲେଜ ସହ ହଷ୍ଟେଲ୍ ବିଲ୍ଡିଂ ସିଲ୍ କରିଛି ପୌର ପ୍ରଶାସନ। ତାଗିଦ୍ ସତ୍ତ୍ୱେ ପିଲାମାନେ ହଷ୍ଟେଲ ଛାଡ଼ିଥିବାରୁ କଲେଜ କର୍ତ୍ତୃପକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ୍ ବି ଜାରି କରାଯାଇଛି। ଆଇସୋଲେସନରେ ହଷ୍ଟେଲ ଛାଡ଼ିଥିବା ପିଲାଙ୍କୁ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସହରର ୨ ନମ୍ବର ୱାର୍ଡ କୁଞ୍ଜକାନ୍ତ ଅଞ୍ଚଳରୁ ଗତକାଲି ଗୋଟିଏ ଦିନରେ ଏକକାଳୀନ ୩୩ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଜଣାପଡ଼ିବା ପରେ ଏହା ପ୍ରଶାସନର ମୁଣ୍ତବ୍ୟଥା ବଢିଯାଇଛି। କେବଳ ସଂପୃକ୍ତ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ କିମ୍ବା ଅଭିଭାବକ ମହଲ ନୁହେଁ, ସମଗ୍ର ସହରବାସୀଙ୍କ ମଧ୍ୟରେ ଏଥିନେଇ ଭୟ ଖେଳିଯାଇଛି। ଛାତ୍ରଛାତ୍ରୀ କିପରି ପଢ଼ିବେ ଅନ୍ୟ ଶିକ୍ଷାନୁଷ୍ଠାନଗୁଡ଼ିକରେ ସେଥିନେଇ ଆଶଙ୍କା ପ୍ରକାଶ ପାଇଛି। ୧ ତାରିଖ ସକାଳ ୭ଟାରୁ ଆସନ୍ତା ୧୦ ତାରିଖ ସକାଳ ୭ଟା ପର୍ଯ୍ୟନ୍ତ ସଂପୃକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ୍ ଜୋନ୍ ଘୋଷଣା କରାଯାଇଛି।



Visitors Today : 2
Total Visitors : 130302
Total Views : 9891805
Visitors Online Now : 0