କୋରାପୁଟ: କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଅନ୍ତର୍ଗତ ବୋଦାପୁଟ ପଞ୍ଚାୟତ ର କୁରୁକୁଟି ମାଳିଗୁଡ଼ା ଗ୍ରାମରେ ୪୦ଟି ଝିଅଙ୍କ ବ୍ରତ ଉତ୍ସବରେ ୫ହଜାର ରୁ ଉର୍ଦ୍ଧ୍ବ ଲୋକଙ୍କ ସମାବେଶ ହେବା ସହ ଭୋଜି ଭାତର ଆୟୋଜନ କରାଯାଇଥିଲା ।
ଏହି ଭୋଜି ଚାଲିବା ସମୟରେ ଖବର ପାଇ ବୈପାରିଗୁଡା ତହସିଲଦାର କୈଳାସ ଚନ୍ଦ୍ର ତ୍ରିପାଠୀ ଏବଂ ବୈପାରିଗୁଡା ଥାନା ଏସ.ଆଇ ଅସିତ କୁମାର ବଳବନ୍ତରାୟ ଚଢ଼ାଉ କରିଥିବା ଦେଖାଯାଇଛି । ପ୍ରଶାସନର ବିନା ଅନୁମତି ରେ ବାହାଘର ଭୋଜି କରାଯିବା ନେଇ ତାଗିତ କରିଥିଲେ । ପରେ ରନ୍ଧାଯାଇଥିବା ଭୋଜି ଖାଦ୍ୟ କୁ ସେଠାରେ ନ ଖାଇ ସମଦୁରତା ରଖାକରି ପାର୍ଶଲ କରିବାକୁ ଅନୁମତି ଦେବା ସହ ଏହା କାର୍ୟ୍ୟକାରୀ ହେଉଛି ନା ନାହିଁ ତାକୁ ତଦାରଖ କରିବା ପାଇଁ ପୋଲିସ ଜଗିଥିଲେ ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0