କାନାଡ଼ାରେ ବଲିଉଡର ଭେଟେରାନ୍ ଅଭିନେତ୍ରୀ ମିନୁ ମମତାଜଙ୍କ ପରଲୋକ ଘଟିଛି । ମିନୁଙ୍କ ଦେହାନ୍ତ ନେଇ ସୂଚନା ଦେଇଛନ୍ତି ଭାଇ ଅନୱର ଅଲୀ । ବିଶିଷ୍ଟ କମେଡିଆନ୍ ମହମୁଦ ଅଲୀଙ୍କ ଭଉଣୀ ହେଉଛନ୍ତି ମିନୁ ମମତାଜ । ୧୯୫୦ରୁ ୧୯୬୦ ମସିହା ମଧ୍ୟରେ ମିନୁ ଅନେକ ହିନ୍ଦୀ ଚଳଚ୍ଚିତ୍ରରେ ଦେଖାଇଥିଲେ ଅଭିନୟର ଯାଦୁ । ଡ୍ୟାନସର ଓ ଚରିତ୍ର ଅଭିନେତ୍ରୀ ଭାବେ ସେ ପ୍ରସିଦ୍ଧି ପାଇଥିଲେ । ମିନୁଙ୍କ ପ୍ରକୃତ ନାମ ମଲିକୁନିସା ଅଲୀ ଥିଲା, ଭେଟେରାନ ଅଭିନେତ୍ରୀ ମୀନା କୁମାରୀ ତାଙ୍କ ନାଁ ବଦଳାଇ ମିନୁ ରଖିଥିଲେ । ମିନୁ ମମତାଜ, ମନକୁ ମୋହି ନେଉଥିବା ନାଁ ଟିଏ । ନାଁ ଯେମିତି, ଅଭିନୟ ବି ସେମିତି । ଗୁରୁ ଦତ୍ତଙ୍କ ଏକାଧିକ ଫିଲ୍ମରେ ମିନୁ ମନତାଜ ଅଭିନୟ କରିଥିଲେ । କାଗଜ କା ଫୁଲ, ଚୌଦମ୍ବି କା ଚାନ୍ଦ, ସାହିବ ବିବି ଔର ଗୁଲାମ, ତାଜମହଲ, ଘୁଙ୍ଘଟ, ଇନସାନ ଜାଗ ଉଠା, ଘର ବସାକେ ଦେଖୋ, ଗଜଲ ଆଦି ଫିଲ୍ମରେ ଅଭିନୟ କରିଥିଲେ ମିନୁ ମମତାଜ । ୧୯୬୩ ମସିହାରେ ନିର୍ଦ୍ଦେଶକ ଅଲୀ ଅକବରଙ୍କୁ ବିବାହ କରିଥିଲେ ମିନୁ ।



Visitors Today : 1
Total Visitors : 129939
Total Views : 9891293
Visitors Online Now : 0