ନୂଆଦିଲ୍ଲୀ: ନୂତନ କୃଷି ବିଲକୁ ବିରୋଧ କରି ସିଂଘୁ ସୀମାରେ ଆନ୍ଦୋଳନ ଜାରି ରହିଛି । କୃଷକ ନେତା ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ୬ ଷ୍ଠ ପର୍ଯ୍ୟାୟ ଆଲୋଚନା ସରିଥିଲେ ମଧ୍ୟ କିଛି ବି ନିଷ୍କର୍ସ ବାହାରି ପାରିନାହିଁ । ବିଲକୁ ପ୍ରତ୍ୟାହାର କରିବା ଜିଦରେ ଅଡି ବସିଛନ୍ତି କୃଷକ । ସେଥିପାଇଁ ଏବେ ସାମ୍ନାକୁ ଆସିଛି ବିଜେପି । ବର୍ତ୍ତମାନ ବିଜେପି ମୋଦି ସରକାରଙ୍କ ଦ୍ୱାରା ଅଣାଯାଇଥିବା କୃଷି ବିଲର ଉପକାରିତା ବୁଝାଇବାକୁ ଦେଶସାରା ୭ ଶହ ସାମ୍ବାଦିକ ସମ୍ମୁଳନୀର ଆୟୋଜନ କରିବ । ସୂଚନା ଥାଉକି କୃଷି କାନୁନ ଉଭୟ ସଂସଦରେ ପାରିତ ହେବା ପରେ ଏହାକୁ ନେଇ ବିଭିନ୍ନ ରାଜ୍ୟର କୃଷକ ମାନେ ବିରୋଧ ଆରମ୍ଭ କରିଥିଲେ । ଏନେଇ ବିଜେପି ପକ୍ଷରୁ କୃଷି କାନନୁ ସଂପର୍କରେ କିଛି ପ୍ରଚାର ପତ୍ର ବାଣ୍ଟିଥିଲା । ଯେଉଁଥିରେ କି ନୂତନ କୃଷି ବିଲ୍ କିଭଳି କୃଷକଙ୍କ ଆୟ ବଢାଇବ ତାହା ଉପରେ ଉଲ୍ଲେଖ ଥିଲା । ଏହାପରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ରସିଂ ତୋମାର, ବାଣିଜ୍ୟ ମନ୍ତ୍ରୀ ପିୟୁଷ ଗୋଏଲ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ କୃଷି ବିଲର ଲାଭ ସଂପର୍କରେ କୃଷକ ମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ । ଅନ୍ୟପଟେ ଦିଲ୍ଲୀରେ କୃଷକମାନେ ଆନ୍ଦୋଳନ ଆରମ୍ଭ କରିବା ପରେ ବିଜେପି ପକ୍ଷରୁ ଏହାକୁ ନେଇ ବିରୋଧୀ ଦଳ ଓ କୃଷକ ମାନଙ୍କୁ ସମାଲୋଚନା କରିବାରେ ଲାଗିଛନ୍ତି ।



Visitors Today : 0
Total Visitors : 130181
Total Views : 9891632
Visitors Online Now : 0