spot_img

ଜଙ୍ଗଲରୁ ମିଳିଲା ଅଜଣା ଯୁବକଙ୍କ ମୃତଦେହ

ଟାଙ୍ଗୀ କେନ୍ଦୁଆ ଜଙ୍ଗଲରୁ ମିଳିଲା ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ । ତେବେ ବ୍ୟକ୍ତିଙ୍କ ପରିଚୟ ମିଳିପାରିନାହିଁ ଏବଂ ମୃତ୍ୟୁ ର କାରଣ ଅସ୍ପଷ୍ଟ ଅଛି । ଉଲ୍ଲେଖ ଯୋଗ୍ୟ ଯେ ନୟାଗଡ ଜିଲ୍ଲାର ଚାନ୍ଦପୁର ଥାନା ଅଧିନସ୍ଥ ପଟିଆ-ମାଳ ପଞ୍ଚାୟତର କେନ୍ଦୁଆ ଗ୍ରାମରେ ରହିଛି ଗ୍ରାମ୍ୟ ଜଙ୍ଗଲ । ଗୃହପାଳିତ ପଶୁଙ୍କୁ କିଛି ଗୋପାଳକ ଚରାଇବା ପାଇଁ ନେଇ ଯାଉଥିବା ବେଳେ ମୃତଦେହକୁ ଦେଖି ପୋଲିସକୁ ଖବର ଦେଇଥିଲେ । ଚାନ୍ଦପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । କିପରି ଆସିଲା ଏହି ସ୍ଥାନକୁ ମୃତଦେହ ତାର ଖିଅ ଖୋଜୁଛି ଚାନ୍ଦପୁର ପୋଲିସ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular