spot_img

ସୀମାରେ ଜଗିଛି ଚାଇନାର ବାୟୁସେନା

ଭାରତ ଓ ଚାଇନା ମଧ୍ୟରେ ସୃଷ୍ଟି ହୋଇଥିବା ସୀମା ବିବାଦ ଏଯାଏ ଥମିନି। ଏଲଏସିର ଅପରପାର୍ଶ୍ୱରେ ଥିବା ସମସ୍ତ ୩ଟି ଯାକ ବେସ୍‌ରେ ଚାଇନାର ବାୟୁସେନା ମୁତୟନ ରହିଛନ୍ତି। ସେମାନେ ବେସ୍‌ରେ ଜଗି ବସିଥିବା ବେଳେ ଭାରତୀୟ ବାୟୁସେନା ମଧ୍ୟ ସବୁ ପ୍ରକାରର ପରିସ୍ଥିତର ଜବାବ ଦେବାକୁ ତୟାର ହୋଇ ରହିଛି ବୋଲି ଆଜି ଏୟାର ଚିଫ ମାର୍ଶଲ ଭିଆର ଚୌଧୁରୀ କହିଛନ୍ତି। ଅଧିକ ଉଚ୍ଚତାରେ ଚାଇନାର ମିଶିନ ଅପେକ୍ଷାକୃତ ଦୁର୍ବଳ। ବାୟୁସେନାରେ ରାଫେଲ ଓ ଆପାଚେ ସାମିଲ ହେବା ଯବାନଙ୍କ ଯୁଦ୍ଧ କ୍ଷମତାକୁ ଅଧିକ ଶାଣିତ କରିଛି। ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ବାୟୁସେନାରେ ସାମିଲ ହେବା ଆମ କାଉଣ୍ଟର ଆଟାକ ପ୍ରକ୍ରିୟାକୁ ଆହୁରି ମଜବୁତ କରିଛି। ସବୁ ପ୍ରକାରର ପରିସ୍ଥିତି ପାଇଁ ଆମେ ପ୍ରସ୍ତୁତ ବୋଲି ସେ କହିଛନ୍ତି। ବାୟୁସେନାର ଆଗାମୀ ଭବିଷ୍ୟତ ଯୋଜନା ‌ଓ ମିଗ୍‌ ବିମାନ ବାରମ୍ବାର ଦୁର୍ଘଟଣା ସମ୍ପର୍କରେ ମଧ୍ୟ ସେ ମତ ରଖିଛନ୍ତି। ସେ କହିଛନ୍ତି, “ଡ୍ରୋନ ବିଧ୍ୱଂସକାରୀ କ୍ଷମତା ହାସଲ କରିବା ପାଇଁ ଆମେ ଦୀର୍ଘ ଦିନକୁ କାର୍ଯ୍ୟ କରୁଛୁ। ଆମେ ଖୁବଶୀଘ୍ର ୬ଟି ଲାଇଟ ୟୁଟିଲିଟି ହେଲିକପ୍ଟର ଏଚଏଏଲରୁ ପାଇବୁ। ଆସନ୍ତା ଗୋଟିଏ ଦଶନ୍ଧି ମଧ୍ୟରେ ୩୫ଟି ଫାଟଣ ସ୍କ୍ୱାର୍ଡନ ବାୟୁସେନାରେ ସାମିଲ ହେବ। ଆମର ୫ମ ଜେନେରେସନ ଫାଇଟର ଏୟାରକ୍ରାଫ୍ଟ ଆବଶ୍ୟକତା ଡିଆରଡିଓ ଦ୍ୱାରା ତିଆରି ହୋଇଥିବା ଏଏମସିଏ ଦ୍ୱାରା ପୂରଣ ହେବ। ଏହା ସୀମାନ୍ତରେ ଗେମ ଚେଞ୍ଜର ଭାବେ କାମ କରିବ।”

LEAVE A REPLY

Please enter your comment!
Please enter your name here

- Advertisment -

Most Popular