ୟୁପି ନିର୍ବାଚନ ପାଇଁ ଗୋଟେ ପରେ ଗୋଟେ ପ୍ରତିଶ୍ରୁତି ଦେବାରେ ଲାଗିିଛି କଂଗ୍ରେସ। ଆସନ୍ତା ବର୍ଷ ଉତ୍ତରପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ମହିଳାମାନଙ୍କୁ ୪୦ ପ୍ରତିଶତ ଟିକେଟ୍ ଦେବ ବୋଲି ଘୋଷଣା କରିଥିଲା । ପ୍ରିୟଙ୍କା ଗାନ୍ଧୀ ଆଜି ଏକ ଟୁଇଟ୍ କରି କହିଛନ୍ତି ଯେ, ‘ମୁଁ କିଛି ଛାତ୍ରୀଙ୍କୁ ଭେଟିଥିଲି। ସେମାନେ କହିଥିଲେ ଯେ, ସେମାନଙ୍କୁ ଅଧ୍ୟୟନ ଏବଂ ସୁରକ୍ଷା ପାଇଁ ସ୍ମାର୍ଟଫୋନର ଆବଶ୍ୟକତା ରହିଛି। ମୁଁ ଖୁସି ଯେ ଇସ୍ତାହାର ପ୍ରସ୍ତୁତି କମିଟିର ସହମତି କ୍ରମେ ଦ୍ବାଦଶ ପାସ କରିଥିବା ଛାତ୍ରୀଙ୍କୁ ସ୍ମାର୍ଟଫୋନ ଏବଂ ସ୍ନାତକ ପାସ କରିଥିବା ଛାତ୍ରୀଙ୍କୁ ବିଦ୍ୟୁତ ଚାଳିତ ସ୍କୁଟି ଦେବାକୁ ୟୁପି କଂଗ୍ରେସ ନିଷ୍ପତ୍ତି ନେଇଛି। ଆଗାମୀ ବିଧାନସଭା ନିର୍ବାଚନରେ କଂଗ୍ରେସ ମହିଳାମାନଙ୍କୁ ୪୦ପ୍ରତିଶତ ଟିକେଟ୍ ଦେବ ବୋଲି ପ୍ରିୟଙ୍କା ମଙ୍ଗଳବାର ଘୋଷଣା କରିଥିଲେ। ସେ କହିଥିଲେ ଯେ ଦେଶରେ ପରିବର୍ତ୍ତନ ଆଣିବାକୁ ଚାହୁଁଥିବା ସମସ୍ତ ମହିଳା ଆଗକୁ ଆସି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରନ୍ତୁ। ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହୁଁଥିବା ମହିଳା ନଭେମ୍ବର ୧୫ଭିତରେ ଆବେଦନ କରିପାରିବେ। ଅକ୍ଟୋବର ୧୯ରେ କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଏହି ଘୋଷଣା କରିଥିବା ବେଳେ ଆଜି ଆଉ ଏକ ବଡ଼ ଘୋଷଣା କରିଛନ୍ତି। ଦ୍ବାଦଶ ପାସ କରିଥିବା ଛାତ୍ରୀଙ୍କୁ ସ୍ମାର୍ଟଫୋନ ଏବଂ ସ୍ନାତକ ପାସ କରିଥିବା ଛାତ୍ରୀଙ୍କୁ ବିଦ୍ୟୁତ ଚାଳିତ ସ୍କୁଟି ଦେବା ପାଇଁ ଘୋଷଣା କରିଛନ୍ତି ପ୍ରିୟଙ୍କା ଗାନ୍ଧୀ।



Visitors Today : 1
Total Visitors : 129939
Total Views : 9891293
Visitors Online Now : 0