କେନ୍ଦ୍ରାପଡା : ରାଜକନିକା ବ୍ଲକ ଅନ୍ତର୍ଗତ ଜୟନଗର ପଞ୍ଚାୟତ ଅଧୀନ ପଞ୍ଚାୟତ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଓଡିଶା ମୋ ପରିବାର ଆନୁକୂଲ୍ୟରେ ବିଜୁ ଯୁବ ଜନତା ଦଳ ଏବଂ ପ୍ରତାପ କେଶରୀ ଦେବ ଫ୍ୟାନ କ୍ଳବ୍ ଙ୍କ ଆୟୋଜନରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି । ରକ୍ତ ଦାନ,ଜୀବନ ଦାନ।ରକ୍ତ ଦାନ ଠାରୁ ଦାନ ନାହିଁ । ଏହି ରକ୍ତ ଦାନ ଶିବିର କୁ ଖୋଦ୍ ବିଧାୟକ ପ୍ରତାପ କେଶରୀ ଦେବ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍ ଘାଟନ କରିଥିଲେ।ଉକ୍ତ ରକ୍ତଦାନ ଶିବିର ରେ ସ୍ବେଛାକୃତ ଭାବେ ରକ୍ତ ଦାନ କରିବା ପାଇଁ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି ।
ଏହି ରକ୍ତଦାନ ଶିବିର କୁ ବିଜୁ ଜନତା ଦଳ ପକ୍ଷରୁ ସମ୍ପୂର୍ଣ୍ଣ ଭାବେ ସାହାଯ୍ୟ ସହଯୋଗ ଯୋଗାଇ ଦିଆ ଯାଇଛି।ବିଧାୟକ ଙ୍କ ପ୍ରତିନିଧି ବିକାଶଚନ୍ଦ୍ର ଦାସ ସହଯୋଗ ଦେବା ସହଏହି ଶିବିରରେ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସାବିତ୍ରୀ ଦାସ,କନିକା ତହସିଲଦାର ପ୍ରେମାନନ୍ଦ ବେହେରା ,ଯୁବ ବିଜେଡି ସଭାପତି ଅୟେଶ କୁମାର ସାମଲଏବଂ ବହୁ ସରପଞ୍ଚଙ୍କ ସହିତ ପ୍ରତିନିଧି ମାନେ ଯୋଗ ଦେଇ ଶିବିରକୁ ପରିଚାଳନା କରିଥିଲେ।



Visitors Today : 0
Total Visitors : 130302
Total Views : 9891805
Visitors Online Now : 0