ଭୁବନେଶ୍ୱର : ରାଜଧାନୀରେ କରୋନା କାୟା ବିସ୍ତାର କରି ଚାଲିଥିବ ବେଳେ କୋଭିଡ଼ ଯୁଦ୍ଧର ସମ୍ମୁଖ ଭାଗ ଯୋଦ୍ଧା ପୁଲିସ ପ୍ରତି ବିପଦ ବଡ଼ି ଚାଲିଛି । ପ୍ରତିଦିନ ଏକାଧିକ ପୁଲିସ ଆକ୍ରାନ୍ତ ହେଉଛନ୍ତି । ଥାନା, ରିଜର୍ଭ ପୁଲିସ ,ସପ୍ତମ ବାଟଲିଅନ , ଏସଏସବି ବାଟଲିଆନ । ସବୁଠି କରୋନା ପଶି ସାରିଲାଣି । ଏପରିକି କଡ଼ା ସୁରକ୍ଷା ବଳୟ ଭିତରେ ରହିଥିବା ସ୍ପେସାଲ ବ୍ରାଞ୍ଚର ସ୍ବତନ୍ତ୍ର ସୁରକ୍ଷା ୱିଙ୍ଗ୍ ବାଦ୍ ପଡ଼ିନି। ଗତକାଲି ଏକାଥରକେ ୩୨ କର୍ମଚାରୀ ଆକ୍ରାନ୍ତ ହୋଇଛନ୍ତି । ପୁଲିସ କର୍ମଚାରୀ କରୋନା ପଜିଟିଭ ହେବା ପରେ ଯେତିକି ଚିନ୍ତାର ବିଷୟ, ସମାଜ ପାଇଁ ମଧ୍ୟ ସେତିକି ବିପଦ । ଆଇନଶୃଙ୍ଖଳାର ପରିଚାଳନା, ଅପରାଧୀ ନିୟନ୍ତ୍ରଣ, ମାମଲାର ତଦନ୍ତ ଏବେ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହେଲାଣି । ବଡ଼ କଥା ହେଲା ଥାନା ଓ ଯାଞ୍ଚରେ ସାମିଲ ଥିବା ପୁଲିସଙ୍କ ପାଇଁ ଏବେ ସତର୍କଘଣ୍ଟି।
ଗତ ଜୁଲାଇ ୨୭ ତାରିଖରେ ପ୍ରଥମଥର ପାଇଁ ରିଜର୍ଭ ପୁଲିସ ବାରାକ୍ରେ କରେନା ପଶିଥିଲା। ଏହା ପରେ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। ଶୁକ୍ରବାର ସୁଦ୍ଧା ଏଠାରେ ୨୨୦ଜଣ ଆକ୍ରାନ୍ତ ହୋଇଥିବା ବେଳେ ଗତକାଲି ୮ଜଣ ଓ ଆଜି ୯ ଜଣ ଆକ୍ରାନ୍ତ ହୋଇଛନ୍ତି। ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୨୩୭ରେ ପହଞ୍ଚିଛି। ତେବେ ୩୦ରୁ ଊର୍ଦ୍ଧ୍ବ ପୁଲିସ୍ ସୁସ୍ଥ ହୋଇ ଫେରିଛନ୍ତି। ପୁଲିସ୍ ସିକ୍ୟୁରିଟି ୱିଙ୍ଗ୍ରେ ପ୍ରଥମେ ଜଣେ ଡିଏସ୍ପି ପାହ୍ୟାର ଅଧିକାରୀ ଆକ୍ରାନ୍ତ ହୋଇଥିଲେ। ପରେପରେ ଏହି ୱିଙ୍ଗ୍ରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତକାଲି ଏକାବେଳକରେ ୩୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏଭଳି ଉଦ୍ବେଗଜନକ ସ୍ଥିତିକୁ ନେଇ ପୁଲିସ୍ ମହଲରେ ଚିନ୍ତା ବଢ଼ିଛି। ଆଗକୁ ସ୍ଥିତି ଆହୁରି ଖରାପ ହେବାର ଆଶଙ୍କା ଥିବାରୁ ପୁଲିସ୍ ପାଇଁ କୌଣସି ବିକଳ୍ପ ବ୍ୟବସ୍ଥା ଗ୍ରହଣ କରା ନଗଲେ, ରାଜଧାନୀର ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ବିପଦ ସୃଷ୍ଟି ହୋଇପାରେ।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0