କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ଅର୍ଥମନ୍ତ୍ରୀଙ୍କ ସହ ସୋମବାର ବୈଠକ କରିବେ । ନଭେମ୍ବର ୧୫ରେ ହେବାକୁ ଥିବା ଏହି ବୈଠକରେ ନିବେଶ, ଆର୍ଥିକ ବିକାଶ ଆଦି ଉପରେ ଆଲୋଚନା ହୋଇପାରେ। ଏହି ମିଟିଂ ସୋମବାର ଅପରାହ୍ଣ ୩ରୁ ସନ୍ଧ୍ୟା ୬ ଯାଏଁ ଚାଲିବ। ଏହା ପୂର୍ବରୁ ସୀତାରମଣ ମୁଖ୍ୟମନ୍ତ୍ରୀ ଏବଂ ପ୍ରଶାସକଙ୍କୁ ଚିଠି ଲେଖି କହିଥିଲେ ଯେ କରୋନାର ଦ୍ବିତୀୟ ଲହର ପରେ ପରେ ଅର୍ଥବ୍ୟବସ୍ଥାରେ ସୁଧାର ଆସୁଛି। ନିବେଶକଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି । ଏହା ଦ୍ବାରା ରାଜ୍ୟରେ ନିବେଶକୁ ଆହୁରି ବଢ଼ାଇ ହେବ। ଏଥିପାଇଁ ରୋଜଗାର ଏବଂ ରାଜ୍ୟର ରାଜସ୍ବ ବୃଦ୍ଧି ହୋଇପାରିବ । ନିବେଶରେ ବୃଦ୍ଧି, ଦ୍ରୁତ ଆର୍ଥିକ ସୁଧାର ଉପରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ବୟ ରକ୍ଷା କରିବା ଦିଗରେ ଆଲୋଚନା ହୋଇପାରେ ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0