ଚିଲିକା : ଚିଲିକା ମତ୍ସ୍ୟଜୀବୀଙ୍କ ଆନ୍ଦୋଳନ ଡାକରା । ସାତ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଲେ ଚିଲିକା ମତ୍ସ୍ୟଜୀବୀ ମହାଂସଘ । ସୂଚନା ମୁତାବକ ଚିଲିକା ଉପରେ ୧୪୭ ଖଣ୍ଡ ଗାଁର ୩ଲକ୍ଷରୁ ଉର୍ଦ୍ଧ ପରିବାର ନିର୍ଭର କରିଥାନ୍ତି । କିନ୍ତୁ କିଛି ମାଫିଆ, ରାଜନେତା, ଅସାଧୁ ବ୍ୟବସାୟୀ ଜୋରଜବରଦସ୍ତ ଚିଲିକା ମଧ୍ୟରେ ଚିଙ୍ଗୁଡି ଚାଷ କରୁଛନ୍ତି । ଯାହାଦ୍ୱାରା ମତ୍ସ୍ୟଜୀବୀଙ୍କ ଜୀବନ ଜୀବିକା ଉପରେ ବାଧା ସୃଷ୍ଟି ହେଉଛି । ତେଣୁ ସେମାନେ ବିଭିନ୍ନ ଦାବି ଗୁଡିକୁ ନେଇ ଆନ୍ଦୋଳନ କରିଛନ୍ତି । ସେମାନଙ୍କର ଦାବି ଗୁଡିକ ରହିଛି , ଚିଲିକାକୁ ସମ୍ପୁର୍ଣ୍ଣ ଭାବେ ଘେରି ମୁକ୍ତ କରାଯାଉ, ଚିଲିକାରେ ପୂର୍ବ ପ୍ରଚଳିତ ୧୯୯୦ ଅନୁଯାୟୀ ଆଇନ ପ୍ରଣୟନ କରାଯାଉ, ବେଆଇନ ଚିଙ୍ଗୁଡି ଚାଷ ବନ୍ଦ କରାଯାଉ, ମତ୍ସ୍ୟଜୀବୀ ମାନଙ୍କୁ ସେମାନଙ୍କର ମୌଳିକ ଅଧିକାରରୁ ବଞ୍ଚିତ କରା ନଯାଉ, ଚିଲିକା ସମେତ ଅନ୍ୟାନ୍ୟ ମୁହାଣ ଖନନ କରାଯାଉ । ତେବେ ଏହି ସବୁ ଦାବି ପୂରଣ କରିବା ପାଇଁ ପ୍ରାଶାସନକୁ ଏକ ମାସ ସମୟ ଦେବା ସହିତ ସମସ୍ତ ଦାବିକୁ ସରକାର ପୂରଣ କରିବା ପାଇଁ ଚିଲିକା ମତ୍ସ୍ୟଜୀବୀ ମହାସଂଘ ପକ୍ଷରୁ କୁହାଯାଇଛି ।



Visitors Today : 0
Total Visitors : 130430
Total Views : 9891961
Visitors Online Now : 0