ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷା ଦଳକୁ ଏକ ଚିନ୍ତାଜନକ ଖବର ମିଳିଛି। ଗଣତନ୍ତ୍ର ଦିବସରେ ଆତଙ୍କବାଦୀମାନେ ପ୍ରଧାନମନ୍ତ୍ରୀଙ୍କ ଉପରକୁ ଆକ୍ରମଣ କରିବାକୁ ଯୋଜନା କରୁଥିବା ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଜୀବନ ପ୍ରତି ବିପଦ ଥିବା ନେଇ ଗୁଇନ୍ଦା ସଂସ୍ଥା ଏକ ସତର୍କ ସୂଚନା ପାଇଛି। ଚଳିତ ବର୍ଷ ଗଣତନ୍ତ୍ର ଦିବସରେ ପାଞ୍ଚଟି ଦେଶ – କାଜାଖସ୍ତାନ, କିର୍ଗିଜସ୍ଥାନ, ତାଜିକିସ୍ତାନ, ତୁର୍କମେନିସ୍ତାନ ଏବଂ ଉଜବେକିସ୍ତାନର ନେତାମାନେ ମୁଖ୍ୟଅତିଥି ଭାବରେ ଆମନ୍ତ୍ରିତ ହେବାର ସମ୍ଭାବନା ଅଛି। ଏହାକୁ ଆଖି ଆଗରେ ରଖି ଆତଙ୍କବାଦୀମାନେ ବଡ଼ ଧରଣର ଆକ୍ରମଣ ପାଇଁ ଯୋଜନା କରୁଥିବା ନେଇ ଗୁଇନ୍ଦା ବିଭାଗ ସତର୍କ କରାଇଛି। ପାକିସ୍ତାନ ଅଥବା ଆଫଗାନିସ୍ତାନ-ପାକିସ୍ତାନରେ ସକ୍ରିୟ ଥିବା ଆତଙ୍କବାଦୀ ସଂଗଠନ ଏହି ଆକ୍ରମଣର ଷଡଯନ୍ତ୍ର କରୁଥିବା ବେଳେ ଜନଗହଳି ଥିବା ସ୍ଥାନକୁ ସେମାନେ ଟାର୍ଗେଟ୍ କରିଛନ୍ତି ବୋଲି ତଥ୍ୟ ହସ୍ତଗତ ହୋଇଛି। ଡ୍ରୋନ ସାହାଯ୍ୟରେ ସେମାନେ ଆକ୍ରମଣ କରିପାରନ୍ତି ବୋଲି ଅାଶଙ୍କା କରାଯାଉଛି ।



Visitors Today : 3
Total Visitors : 130166
Total Views : 9891611
Visitors Online Now : 0