spot_img

ଆଶାର ଦିଶା ଫାଉଣ୍ଡେସନ ତରଫରୁ ହୁଣ୍ଡି ଦାନ କାର୍ଯ୍ୟକ୍ରମ

ଯାଜପୁର : ଆଶାର ଦିଶା ଫାଉଣ୍ଡେସନ ତରଫରୁ ହୁଣ୍ଡି ଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ । ଯାଜପୁର ଜିଲ୍ଲାର ବଡଚଣା ଚଣ୍ଡୀଖୋଲ ଡାକ ବଙ୍ଗଳାରେ ହୁଣ୍ଡି ଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଓଡିଶା ଶାଖା ସଭାପତି ଶ୍ରୀଯୁକ୍ତ ବାପୁ ଓଝା , ଚଣ୍ଡୀଖୋଲ ଶାଖା ଉପଦେଷ୍ଟା ଅଜୟ ମହାନ୍ତିଙ୍କ ଉପସ୍ଥିତିରେ ହୁଣ୍ଡି ଭଙ୍ଗା ଯାଇଥିଲା । ସମସ୍ତ ଅର୍ଥ କର୍କଟ ରୋଗୀ ଧ୍ରୁବଚରଣ ଦାସଙ୍କ ଚିକିସôା ନିମନ୍ତେ ପ୍ରଦାନ କରାଯାଇଥିଲା । ଏହି ସଭାରେ ମୁଖ୍ୟ ଅତିଥି ଭାବେ ପ୍ରଦୁମ୍ନ ଶତପଥୀ,ଏବଂ ସମାଜସେବୀ ମିରା ପରିଡା ସମେତ ଅନ୍ୟାନ୍ୟ ବ୍ୟକ୍ତି ଉପସ୍ଥିତ ରହି ନିଜର ବକ୍ତବ୍ୟ ପ୍ରଦାନ କରିବା ସହ ଧ୍ରୁବଚରଣଙ୍କ ଆଶୁଆରୋଗ୍ୟ କାମନା କରିଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular