spot_img

ମୋଦିଙ୍କୁ ପ୍ରଶଂସା କଲେ ପାକିସ୍ତାନୀ ମିଡ଼ିଆ

ଦୁଇ ଦିନ ପୂର୍ବରୁ ବ୍ରିଟେନରୁ ଆସୁଥିବା ନାଗରିକଙ୍କ ପାଇଁ ଭାରତ ସରକାର କଡା ନିୟମ ଘୋଷଣା କରିଛନ୍ତି । ବ୍ରିଟେନରୁ ଆସୁଥିବା ବ୍ରିଟିଶ ଯାତ୍ରୀମାନେ ଭାରତରେ ପହଞ୍ଚିବା ପରେ ୭୨ ଘଣ୍ଟା ମଧ୍ୟରେ RT-PCR ଟେଷ୍ଟ ରିପୋର୍ଟ ଦେଖାଇବା ସହ ୧୦ ଦିନ କ୍ୱାରେଣ୍ଟାଇନରେ ରହିବା ପାଇଁ ବାଧ୍ୟତାମୂଳକ କରାଯାଇଛି । ମୋଦି ସରକାରଙ୍କ ଏହି ନିଷ୍ପତ୍ତିକୁ ପଡୋଶୀ ଦେଶ ପାକିସ୍ତାନରେ ପ୍ରଶଂସା କରିଛି । ପାକିସ୍ତାନୀ ଗଣମାଧ୍ୟମ ଭାରତ ସରକାରଙ୍କ ନିଷ୍ପତ୍ତିକୁ ପ୍ରଶଂସା କରିବା ସହ ବ୍ରିଟିଶ ସରକାରଙ୍କୁ ଉଚିତ ଉତ୍ତର ମିଳିଛି ବୋଲି କହିଛି । ଭାରତରେ ସର୍ବୋତ୍ତମ ଟିକା ପ୍ରସ୍ତୁତ କରାଯାଇଛି ବୋଲି କହିଛି ପାକିସ୍ତାନୀ ଗଣମାଧ୍ୟମ । ସେମାନଙ୍କର ପାଖରେ ଭଲ ବୈଜ୍ଞାନିକ ଅଛନ୍ତି, ଆଉ ସେମାନେ ଅତି ଅଳ୍ପ ସମୟ ମଧ୍ୟରେ କରୋନା ସଞ୍ଜିବନୀ ତିଆରି କରିଛନ୍ତି । ବ୍ରିଟେନ ଭାରତୀୟ ଭ୍ୟାକ୍ସିନ୍ କୋଭିଶିଲ୍ଡଙ୍କୁ ସମ୍ପୂର୍ଣ୍ଣ ଟିକାକରଣ ତାଲିକାରେ ସ୍ଥାନ ଦେଇ ନାହିଁ । ଏହି କାରଣରୁ ଭାରତୀୟମାନେ ବିଦେଶ ଯିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କିନ୍ତୁ ଟିକା ତିଆରି ପାଇଁ ନାମ ଭିନ୍ନ ଥିଲେ ସୁଦ୍ଧା ସମଗ୍ର ବିଶ୍ୱରେ ସମାନ ସୂତ୍ର ରହିଛି ବୋଲି କହିଛନ୍ତି ପାକିସ୍ତାନୀ ସାମ୍ବାଦିକ ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular