ଋଣ ଭାରରେ ଲଦି ହେବାରେ ଲାଗିଛନ୍ତିି ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ଦେଶର ଆର୍ଥିକ ଅବସ୍ଥା ଭଲ ନଥିବା ବେଳେ ପାକ୍ ପ୍ରଧାନମନ୍ତ୍ରୀ ଦେଶ ଚଳାଇବା ପାଇଁ ଅନ୍ୟ ଦେଶରୁ ଋଣ ନେଉଛନ୍ତି। ଏଭଳି କରି ସେ ପୂର୍ବ ୭ ପ୍ରଧାନମନ୍ତ୍ରୀଙ୍କୁ ପଛରେ ପକାଇଛନ୍ତି। ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଅନ୍ୟ ଦେଶ ସାମ୍ନାରେ ହାତ ପତେଇ ଋଣ ନେବାରେ ଏକ ନମ୍ବର ହୋଇପାରିଛନ୍ତି। ଏହା ସହ ଏଭଳି କରିବାରେ ସେ ପୂର୍ବ ୭ଜଣ ପାକ୍ ପ୍ରଧାନମନ୍ତ୍ରୀଙ୍କୁ ପଛରେ ପକାାଇଛନ୍ତି। ଇମ୍ରାନ ଖାନ ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ବ ଗ୍ରହଣ କରିବା ଦିନଠାରୁ ଋଣ ନେବା ମାମଲାରେ ୧୮୫% ବୃଦ୍ଧି ଘଟିଛି। ଷ୍ଟେଟ୍ ବ୍ୟାଙ୍କ ଅଫ୍ ପାକିସ୍ତାନ ଦେଇଥିବା ସୂଚନା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଆହ୍ଲାବାଦ ବିଶ୍ୱବିଦ୍ୟାଳୟର ଅର୍ଥନୀତି ବିଭାଗର ବରିଷ୍ଠ ପ୍ରଫେସର ପ୍ରହ୍ଲାଦ କୁମାର କହିଛନ୍ତି ଯେ, ପାକିସ୍ତାନ ଜିଡିପିର ୪୦% ରୁ ଅଧିକ ଭାଗ ଋଣ ଭରସାରେ ଚାଲିଛି। ତିନି ବର୍ଷ ମଧ୍ୟରେ, ଏଥିରେ ବହୁତ ବୃଦ୍ଧି ଘଟିଛି। ୟୁସୁଫ ରଜା ଗିଲାନି ୨୦୦୮ରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଥିଲେ।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0