୨୦୨୦ ମସିହା ଫେବୃଆରୀ ୨୩ ତାରିଖରେ ଦିଲ୍ଲୀ ଦେଖିଥିଲା ଭୟଙ୍କର ଦୃଶ୍ୟ । ଭାରତ ଇତିହାସରେ ଦିଲ୍ଲୀ ଦଙ୍ଗା ଏକ କଳା ଇତିହାସ ହୋଇ ରହିଛି । ଦିଲ୍ଲୀ ଦଙ୍ଗା ଏକ ସୁଚିନ୍ତିତ ଯୋଜନା ଥିଲା ବୋଲି କୋର୍ଟ କହିଛନ୍ତି | ଦିଲ୍ଲୀରେ ହୋଇଥିବା ଦଙ୍ଗା ପୂର୍ବ ନିର୍ଦ୍ଧାରିତ ଥିଲା । ଏହା ଅଚାନକ୍ ହୋଇନଥିଲା ବରଂ ସୁଚିନ୍ତିତ ଉପାୟରେ ବହୁ ପୂର୍ବରୁ ଏଭଳି ନାରକୀୟ କାଣ୍ଡ ଭିଆଇବା ପାଇଁ ଯୋଜନା ପ୍ରସ୍ତୁତ ହୋଇଥିଲା । ଘଟଣାର କିଛି ଭିଡିଓ ଜରିଆରେ ଏଭଳି କହିଛନ୍ତି କୋର୍ଟ । ଗତ ସୋମବାର ଦିଲ୍ଲୀ ଦଙ୍ଗା ଘଟଣାରେ ଅଭିଯୁକ୍ତମାନେ ଜାମିନ ପାଇଁ ଆବେଦନ କରିଥିଲେ । ତେବେ ଜାମିନ ଆବେଦନକୁ ତୁରନ୍ତ ରଦ୍ଦ କରିବା ସହ ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି କୋର୍ଟ । ଶୁଣାଣି କରି କୋର୍ଟ କହିଛନ୍ତି, ‘ଦିଲ୍ଲୀରେ ହିଂସାକାଣ୍ଡ ଘଟାଇବା ଏବଂ ଆଇନ ବ୍ୟବସ୍ଥାକୁ ପ୍ରଭାବିତ କରିବା ପାଇଁ ସୁଚିନ୍ତିତ ଭାବେ ଯୋଜନା ପ୍ରସ୍ତୁତ କରାଯାଇଥିଲା ।’



Visitors Today : 0
Total Visitors : 130166
Total Views : 9891611
Visitors Online Now : 0