ଗତକାଲି କୋଇଲା ଅଭାବକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସମୀକ୍ଷା ବୈଠକ କରିଥିଲେ। ଏହା ପରେ ବିଦ୍ୟୁତ୍ ସଙ୍କଟର ମୁକାବିଲା ପାଇଁ କୋଇଲା, ରେଳ ଏବଂ ଶକ୍ତି ମନ୍ତ୍ରାଳୟ ଏକ ସଂକଟ ପରିଚାଳନା ଗୋଷ୍ଠୀ ଗଠନ କରିଥିଲେ। ଭାରତରେ କୋଇଲା ଅଭାବକୁ ନେଇ ବିଦ୍ୟୁତ ସଙ୍କଟ ଦେଖାଦେବାର ଆଶଙ୍କା ଥିବାରୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ଆଜି ଏକ ସମୀକ୍ଷା ବୈଠକ କରିବାର ସମ୍ଭାବନା ରହିଛି। ସୂଚନାଯୋଗ୍ୟ ଯେ ଥର୍ମାଲ୍ ପାୱାର ପ୍ଲାଣ୍ଟ୍ଗୁଡ଼ିକ ପାଖରେ କୋଇଲାର ଅଭାବ ଦେଖାଦେଇଛି। ଏହି ସ୍ଥିତିରେ ଶୀଘ୍ର ସୁଧାର ନହେଲେ ବଡ଼ ଧରଣର ବିଦ୍ୟୁତ ସଙ୍କଟ ଦେଖାଦେବ। ଦେଶର ଅନେକ ଅଞ୍ଚଳ ଅନ୍ଧାର ଭିତରକୁ ଠେଲି ହୋଇଯିବ। ଏହି ସଙ୍କଟ ବିଷୟରେ କୋଇଲା ସଚିବ ଅନିଲ କୁମାର ଜୈନ କହିଥିଲେ ଯେ ପାୱାର ପ୍ଳାଣ୍ଟ୍ଗୁଡ଼ିକରେ ଦୈନିକ ୬୦,୦୦୦-୮୦,୦୦୦ ଟନ୍ କୋଇଲାର ଅଭାବ ରହୁଛି। ପ୍ରବଳ ବର୍ଷା ଯୋଗୁଁ ଧାନବାଦରେ ଥିବା ଖଣିଗୁଡ଼ିକରେ ଉତ୍ପାଦନ ପ୍ରଭାବିତ ହେବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ଅନେକ ରାଜ୍ୟ ବିଦ୍ୟୁତ କାଟ ହେବା ନେଇ ଚିନ୍ତା ବ୍ୟକ୍ତ କରିଥିବା ବେଳେ ଗତକାଲି ହୋଇଥିବା ବୈଠକରେ କୋଇଲା ଅଭାବ ପାଇଁ ବିଦ୍ୟୁତ ଯୋଗାଣରେ ବାଧା ଉପୁଜିବ ନାହିଁ ବୋଲି କୋଇଲା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0